ନିଃସର୍ତ୍ତ ଯାହା ଲେଖେ ସତ ଲେଖେ ପ୍ରମାଣିତ ହେଲା….!

ଆସିକା ସୁନାମ୍ବ ସାହି ଚୋରା ବାଲି ଚାଲାଣ ଗାଡିକୁ ବ୍ରହ୍ମପୁର ରେ ଜବତ କଲା ଖଣି ବିଭାଗ…

youtube

ସଦର ଥାନାରେ ଅନେକ ଗାଡି ଅଟକ….!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସୁନାମ୍ବ ସାହି ଦେଇ ଚୋରା ବାଲି ଚାଲାଣ ଖଣି ଓ ରାଜସ୍ୱ ବିଭାଗ ନାଚାର ବୋଲି ରବିବାର ଦିନ ନିସର୍ତ୍ତ ରେ ଖବର ପ୍ରକାଶ ହୋଇଥିଲା। ଅଦୃଶ୍ୟ ଶକ୍ତିକୁ ଚକମ୍ମା ଦେଇ ଖଣି ବିଭାଗ ସାହାସ କରି ଆକ୍ଟିଭ ମୁଡ଼ରେ ଆସି ଆସିକା ସୁନାମ୍ବ ସାହି ଦେଇ ବାଲି ଚାଲାଣ ହେଉଥିବା ହାଇୱା ଗୁଡିକୁ ବ୍ରହ୍ମପୁର ସଦର ଥାନାରେ ଅଟକ ରଖିଛି। ଭଞ୍ଜନଗର ପରିବହନ ବିଭାଗର ମୋବାଇଲ ସ୍କ୍ୱାଡ଼ ବାବୁ ମାନଙ୍କୁ ଚକମା ଦେଇ ବ୍ରହ୍ମପୁର ଓଭର ଲୋର୍ଡ଼ରେ କିପରି ହାଇୱା ପହଞ୍ଚିଲା ବାବୁ ମାନଙ୍କ କାର୍ଯ୍ୟ ଶୈଳୀ ଉପରେ ଉଙ୍ଗୁଳି ନିର୍ଦ୍ଧେଶ କରୁଛି। ସବୁବେଳେ ବାଲି ମାଫିଆ ମାନେ ଆସିକାରୁ ଭଞ୍ଜନଗର, ହିଞ୍ଜିଳି, ଧରାକୋଟ ଅଞ୍ଚଳକୁ ମାତ୍ରା ଧିକ ଭାବେ ହାଇୱା ଗୁଡିକରେ ଓଭର ଲୋର୍ଡ଼ କରି ବାଲି ଚାଲାଣ କରୁଛନ୍ତି। ପରିବହନ ବିଭାଗ ଧର୍ମକୁ ଆଖିଠାର ଭଳି ନିଜର ଟାର୍ଗେଟ ପୂରଣ ପାଇଁ କାଁ ଭାଁ ଧରପଗଡ଼ କରୁଥିବା ଚର୍ଚ୍ଚା ହେଉଛି। ସଦର ଥାନାରେ ଗାଡ଼ି ଅଟକ ପରେ ବାଲି ମାଫିଆ ମାନଙ୍କ ମଧ୍ୟରେ ଛନକା ପଶିଥିବା ଲକ୍ଷ କରାଯାଇଛି। ଥାନା ନିକଟରେ ବାଲି ମାଫିଆ ମାନେ ପଇଁତାର ମାରୁଥିବା ଦେଖିବାକୁ ମିଳିଛି। ସରକାରୀ ବାବୁ ମାନେ ଆକ୍ଟିଭ ମୁଡ଼ରେ ଆସିବା ପରେ ଅଦୃଶ୍ୟ ଶକ୍ତି ଉଭାନ ମାରିଛି।

Leave A Reply

Your email address will not be published.