ଭୁବନେଶ୍ୱରରେ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କୁ ଆକ୍ରମଣ : ମୋବାଇଲ ଚୋରୀ…

add-all

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ସୋମବାର ଦିନ କିଛି ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି।

ଶିକ୍ଷକ ଜଣକ ରାୟଗଡା ଜିଲ୍ଲାର ପଦ୍ମପୁର ନିବାସୀ ଦ୍ୱିତି ଚନ୍ଦ୍ର ସାହୁ ବୋଲି ଜଣାପଡିଛି। ଯାହାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ କରିଥିଲେ।

ସୂଚନା ଅନୁଯାୟୀ, ଦ୍ୱିତି ଚନ୍ଦ୍ର ଏକ ସରକାରୀ କାମ ପାଇଁ ଭୁବନେଶ୍ୱର ଆସିଥିଲେ। ସେ ରେଳ ଷ୍ଟେସନ ନିକଟରେ ଚାଲୁଥିବା ସମୟରେ କିଛି ଦୁର୍ବୃତ୍ତ ହଠାତ୍ ତାଙ୍କୁ କାଠ ପଟାରେ ଆକ୍ରମଣ କରିବାରୁ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଥିଲା।ଆକ୍ରମଣକାରୀ ମାନେ ତାଙ୍କଠାରୁ ମୋବାଇଲ୍ ଫୋନ୍ ଛଡ଼ାଇ ନେଇ ଘଟଣାସ୍ଥଳରୁ ପଳାଇ ଯାଇଥିବା ଜଣାପଡ଼ିଛି।

ତେବେ ଆକ୍ରମଣକୁ ନିନ୍ଦା କରି ରାୟଗଡା ଶିକ୍ଷକ ସଂଘ ଦୁର୍ବୃତ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଅପରପକ୍ଷରେ ଆକ୍ରମଣକାରୀଙ୍କୁ ଚିହ୍ନଟ ଏବଂ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଥାଉକି ଦ୍ୱିତି ଚନ୍ଦ୍ର ସାହୁ ବରିଷ୍ଠ ସାମ୍ବାଦିକ ତଥା ରାଜ୍ୟ ସାମ୍ବାଦିକ ସଂଘ (SUJ )ର କାର୍ଯ୍ୟକାରୀ ସଭାପତି କୀର୍ତି ଚନ୍ଦ୍ର ସାହୁଙ୍କ ସାନ ଭାଇ l ଏହି ଘଟଣା କୁ ରାଜ୍ୟ ସାମ୍ବାଦିକ ସଂଘ ର ସଭାପତି କୈଳାଶ ନାୟକ ଦୃଢ ନିନ୍ଦା କରିବା ସହିତ ଅଅରାଧୀ କୁ ତୁରନ୍ତ ଗିରଫ କରିବାକୁ ଦାବୀ କରିଛନ୍ତି l

ଉଲ୍ଲେଖଯୋଗ୍ୟ, ୨୦୨୪ ମସିହାରେ ନୂଆଦିଲ୍ଲୀରେ ଦ୍ୱିତି ଚନ୍ଦ୍ରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଥିଲେ।

ad-week
Leave A Reply

Your email address will not be published.