
ପୁରୀ: ଆଜି ପୁରୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ସନ୍ଦର୍ଭରେ, ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଗସ୍ତରେ ଅଛନ୍ତି । ଏହି ସମୟରେ ବାଟରେ କାଦୁଆ ଠାରେ ଅଟକି ଜଣେ ପଇଡ ବ୍ୟବସାୟୀଙ୍କ ଠାରୁ ପଇଡ କିଣି ପିଇଥିଲେ ଏବଂ ପଇଡ ବ୍ୟବସାୟୀ ଶ୍ରୀଧର ମହାପାତ୍ରଙ୍କ ସହିତ ଦୁଃଖ ସୁଖ ହୋଇଥିଲେ ।
ଲୋକଙ୍କ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ସହିତ ମିଶିବା, ଦୁଃଖ ସୁଖ ହେବା ଓ ସେମାନଙ୍କ ସମସ୍ୟା ଶୁଣିବାକୁ ସବୁବେଳେ ଗୁରୁତ୍ୱ ଦେଉଥିବା ବେଳେ, ଆଜି ପଇଡା ପିଇବା ସମୟରେ ସେ ଶ୍ରୀଧର ମହାପାତ୍ରଙ୍କୁ କିଭଳି ବ୍ୟବସାୟ ଚାଲିଛି, କେତେବର୍ଷ ଧରି ବ୍ୟବସାୟ କଲେଣି ଓ ସରକାରୀ ସୁବିଧା ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସାଧାରଣ ଗ୍ରାହକ ହିସାବରେ ନିକଟରେ ପାଇ ଶ୍ରୀଧର ଖୁସିରେ ବିଭୋର ହୋଇଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସରଳ ଓ ସହୃଦୟତା ପୂର୍ଣ୍ଣ ବ୍ୟବହାର ଶ୍ରୀଧର ଓ ଉପସ୍ଥିତ ଜନସାଧାରଣଙ୍କ ମନରେ ଖୁସି ଓ ଆନନ୍ଦ ଆଣିଥିଲା ।