ଆରମ୍ଭ ହେବ ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା, ଧାମରା-ଗହୀରମଥାରେ ୭ ମାସ ମାଛଧରା ମନା

youtube

ଭଦ୍ରକ: ଆଉ କିଛି ଦିନ ପରେ ଭଦ୍ରକର ବଙ୍ଗୋପସାଗର ଗହୀରମଥା ଅଞ୍ଚଳରେ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ଭିଡ ଜମିବ । ଏନ୍ତୁଡ଼ିଶାଳଭାବେ ସମଗ୍ର ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ ରିଡଲେଙ୍କର ପ୍ରଜନନ ପ୍ରକ୍ରିୟା ଆରମ୍ଭ ହେବ । ଅଲିଭ ରିଡଲେର ସୁରକ୍ଷା ଓ ନିରାପଦ ପ୍ରଜନନ ପ୍ରକ୍ରିୟାକୁ ନଜରରେ ରଖି ଧାମରା ଠାରୁ ଗହୀରମଥା ଯାଏ ବନବିଭାଗ ତରଫରୁ ବ୍ୟାପକ କଟକଣା ବ୍ୟବସ୍ଥା କରାଯାଉଛି ।

ନଭେମ୍ବର ୧ ତାରିଖରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ୭ ମାସ ଧରି ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ୧୪୩୭ ବର୍ଗ କିଲୋମିଟର ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଁଣରୁ ଗହୀରମଥା ଯାଏ ୧୬୦ କିଲୋମିଟର ପର୍ଯ୍ୟନ୍ତ ଲାଗିବ କଟକଣା ।

ପୂର୍ବରୁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବର୍ଷ ତମାମ ଟ୍ରଲର ଚଳାଚଳ ଓ ମାଛଧରା ଉପରେ ସଂପୂର୍ଣ୍ଣ ନିଷେଧ ଥିବାବେଳେ, କଇଁଛଙ୍କ ଅଣ୍ଡାଦାନ ସମୟରେ ମତ୍ସବିଭାଗ ପକ୍ଷରୁ ଧାମରା ମୁହାଁଣ ସମୁଦ୍ରକୂଳ ଠାରୂ ୨୦ କିମି ଯାଏଁ ଯନ୍ତ୍ରଚାଳିତ ଟ୍ରଲର, ବୋଟ, ଭୁଟୁଭୁଟି ଚଳାଚଳ ବନ୍ଦ ସହିତ ମାଛ ଧରା ଉପରେ କଟକଣା ଜାରି କରାଯାଇଛି ।

ଏହା ସହିତ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ବନବିଭାଗ ସମେତ କୋଷ୍ଟଗାର୍ଡ, ମେରାଇନ ପୋଲିସ, ମତ୍ସ୍ୟ ବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ ହେବ । ବାବୁବାଲି ଓ ଅଗରନାଶିରେ ଦୁଇଟି ଅଫିସର ଓ ୧୪ଟି ସ୍ଥାନରେ ଟ୍ରଲର ପ୍ରୋଟେକ୍ସନ କ୍ୟାମ୍ପ କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.