AIIMS କର୍ମଚାରୀଙ୍କୁ ଗୁଳି କରି ହତ୍ୟା

add-all

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ବର AIIMSର ଜଣେ ଆଉଟ ସୋର୍ସିଂ କର୍ମଚାରୀଙ୍କୁ ଗୁଳିମାଡ଼ ହୋଇଛି। ଡିଉଟିକୁ ଆସିବା ବେଳେ ଗୋଡ଼ାଇ ଗୋଡ଼ାଇ ଗୁଳି କଲେ ଦୁର୍ବୃତ୍ତ। ତିନି ରାଉଣ୍ଡ ଗୁଳି କରି ଫେରାର ହୋଇ ଯାଇଥିଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ତାଙ୍କୁ AIIMS ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସକାଳୁ ସକାଳୁ ଏମ୍ସରୁ କାମସାରି ଫେରୁଥିଲେ ସୁଧାଂଶୁ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ସୂଚନା ରହିଛି। ମୃତକ AIIMSର ଜଣେ ଆଉଟ ସୋର୍ସିଂ କର୍ମଚାରୀ ଥିଲେ। ସେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ। ମୃତକ ଖଣ୍ଡଗିରି ଥାନା ସରକନ୍ତରା ଗାଁର ସୁଧାଂଶୁ ଖୁଣ୍ଟିଆ।

ଜାଗା ବାଡ଼ି ବିବାଦ ପାଇଁ ସୁଧାଂଶୁଙ୍କୁ ହତ୍ୟା କରାଯାଇଥିବା ଅଭିଯାଗ ହୋଇଛି। ସୁଧାଂଶୁଙ୍କ ଦାଦା ପୁଅ ହିଁ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ସମ୍ପର୍କୀୟ। ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୋଲିସ।

ad-week
Leave A Reply

Your email address will not be published.