ଗଞ୍ଜାମ ଜିଲ୍ଲା ରେ ଉଚ୍ଚତମ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଧେଶ କୁ ଫୁ..! ଜଳା ଶୟ ଉପରେ ବେଧଡ଼କ ଗୃହନିର୍ମାଣ….!

youtube

କୋମାରେ ଜିଲ୍ଲା ପ୍ରଶାସନ ଓ ରାଜସ୍ବ ବିଭାଗ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଓ କୁକୁଡାଖଣ୍ଡି ଅଞ୍ଚଳରେ ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଧେଶ ନାମକୁ ଅମାନ୍ୟ କରି ବିଭିନ୍ନ ସ୍ଥାନରେ ଥିବା ଜଳାଶୟ ଉପରେ ସ୍ଥାୟୀ ଗୃହ ନିର୍ମାଣ ହେଉଥିବା ଅଭିଯୋଗ ହେଉଛି। ଜଳାଶୟ ଉପରେ ସମ୍ପୂର୍ଣ ଭାବେ ସ୍ଥାୟୀ ଗୃହ ନିର୍ମାଣ କରିବାକୁ ବାରଣ ରହିଛି। ବ୍ରହ୍ମପୁର ମହା ନଗର ନିଗମ ଉଚ୍ଚତମ ନ୍ୟାୟାଳୟ ର ନିର୍ଦ୍ଧେଶା ନାମାକୁ ଫୁ କରି– ଗୃହ ନିର୍ମାଣ କରିଛି। ସୂଚନା ଥାଉକି ବ୍ରହ୍ମପୁର ମହାନଗର ଅନ୍ତର୍ଗତ ଜଗବନ୍ଧୁ ସାହି ର ଜଗବନ୍ଧୁ ବନ୍ଧ ହୁଡ଼ା ରେ ବର୍ତ୍ତମାନ ବି ଏମ ସି ନିର୍ମାଣ କରୁଛି ଯାହାକି ନ୍ୟାୟାଳୟ ଆଦେଶ କୁ ବି ମାନୁ ନାହିଁ ବ୍ରହ୍ମପୁର ମହାନଗର ନିଗମ ଜିଲ୍ଲା ପ୍ରଶାସନ ବି ସବୁଜାଣି ନୀରବ ରହୁଛି ଯାହାକି ଦୁର୍ଭାଗ୍ୟ ର ବିଷୟ l କେବଳ ମହାନଗର ନିଗମ ନୁହଁ କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ଲୋଚାପଡା ପଞ୍ଚାୟତ ଅଫିସ ଗୃହ ଏବଂ ଅଫିସ ଗୃହ କୁ ଲାଗି ଦୋକାନ ଗୃହ ବନ୍ଧ ହୁଡ଼ା ରେ ନିର୍ମାଣ କରାଯାଇଥିଲା ଯାହାକୁ ନେଇ ଅଭିଯୋଗ ପରେ ଉଚ୍ଚ ନ୍ୟାୟାଳୟ ସ୍ଥଗିତ ଆଦେଶ ଦେଇଥିଲେ ଯାହାକି ତତ୍କାଳୀନ ତହସିଲଦାର କାର୍ଯ୍ୟ ବନ୍ଦ କରିଥିଲେ ଯାହାକି ଏବେବି ତାହା ନ୍ୟାୟାଳୟରେ ବିଚାରଧୀନ ରହିଛି l ଜଳାଶୟ ରେ କୌଣସି ଗୃହନିର୍ମାଣ କୁ ସମ୍ପୂର୍ଣ ନିଷେଧ ଥିଲା ବେଳେ ଗଞ୍ଜାମ ଜିଲ୍ଲା ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି l କୌଣସି ଅଦାଲତ ର ଆଦେଶ କୁ ମାନୁ ନାହିଁ ପ୍ରଶାସନ l ସୂଚନା ଥାଉକି ବ୍ରହ୍ମପୁର ପୁରୁଣା ଆମ୍ବ ବଜାର କୁ ଜିଲ୍ଲା ପ୍ରଶାସନ କାହାକୁ କେଉଁ ଚାପ ରେ ଲିଜ ରେ ଦେଉଛି ତାହାବି ତଦନ୍ତ ସାଫେକ୍ଷ କାରଣ ଏହାବି ଅଦାଲତ ରେ ବିଚାର ଧୀନ ରହିଛି l ଏବଂ ଏହି ଲିଜ କେତେ ଟଙ୍କାରେ ଦିଆ ଯାଉଛି ଏବଂ ଏହି ଟଙ୍କା କୁଆଡେ ଯାଉଛି ତାହାବି ଅଡିଟ ହେବା ଜରୁରୀ l ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ସରକାରୀ ନିର୍ଦ୍ଧେଶ ନାମା କୁ ଉଲ୍ଲଙ୍ଘନ କରି ବେଆଇନ କୋଠା ସରକାରୀ କାର୍ଯ୍ୟାଳୟ ନିର୍ମାଣ ହୋଇଥିବାର ନଜିର ରହିଛି। ଗଞ୍ଜାମ ଜିଲ୍ଲାର ଅଧିକାଂଶ ତହସିଲ ଅଞ୍ଚଳ ନୂତନ ସରକର ଆସିବା ପର ଠାରୁ କୋମାରେ ଥିବା ଚର୍ଚ୍ଚା ହେଉଛି। ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ ହେଲା ଅଧିକାଂଶ ତହସିଲ ଅଞ୍ଚଳରୁ ବାର୍ଷିକ ରାଜସ୍ୱ ସ୍ୱଳ୍ପ ପରିମାଣରେ ଆସୁଥିବା ଆଲୋଚନା ହେଲାଣି। ଗଞ୍ଜାମ ଜିଲାରେ ସରକାରୀ, ଗୋଚର ଜମି କେବଳ କାଗଜ କଲମ ରେ ରହିଛି, ସରକାରୀ ଓ ଗୋଚର ଜମି ବର୍ତ୍ତମାନ ମାଫିଆ ମାନଙ୍କ ଅକ୍ତିଆର ରେ ରହିଛି l ପ୍ରଶାସନ ଆର.ଆଇ ମାନଙ୍କ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଖାଉଥିବା କୁ ନେଇ ଚର୍ଚ୍ଚା ହାଟରୁ ଆସି ଦାଣ୍ଡ ରେ ଗଡୁଛି l ସ୍ଥାନୀୟ ଆର. ଆଇ ମାନେ ସରକାରୀ ଜାଗା ଓ ଗୋଚର ଜମି ଚି଼ହ୍ନଟ କରି ଶାଗ ମାଛ ଦରରେ ମାଫିଆ ମାନଙ୍କୁ ଦେଉଥିବା ବି ଅଭିଯୋଗ ଆସୁଛି l ପ୍ରଶାସନ ଜଳାଶୟ କୁ ବି ଛାଡ଼ୁନି ଅଦାଲତ ଆଦେଶ ନାମକୁ ଫୁ କରୁଛି ପ୍ରଶାସନ l ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l

Leave A Reply

Your email address will not be published.