ଉମରକୋଟରୁ ନିଖୋଜ ମା, ଓ ଝିଅ ର, ୨୪ ଦିନ ପରେ ମଧ୍ୟ ନାହିଁ କୌଣସି ଖବର…

add-all


ଫେରିବା ଆଶାରେ ପରିବାରର ଲୋକେ…

ଉମରକୋଟ/ (୧୩/୧୦/୨୦୨୫), ନବରଙ୍ଗପୁର ଜିଲ୍ଲାର ଉମରକୋଟ ଥାନା ଅନ୍ତର୍ଗତ ବକୋଦା ଗ୍ରାମରେ ଗତ କିଛି ଦିନ ଧରି ଏକ ଅଭାବନୀୟ ଘଟଣା ନେଇ ଚର୍ଚ୍ଚା ତିବ୍ର ହୋଇଯାଇଛି। ବକୋଦା ଗ୍ରାମର ନିବାସୀ ଖଗପତି ହରିଜନ (ବୟସ ୨୮) ଙ୍କ ସ୍ତ୍ରୀ ଲଳିତା ରାଉତ (୨୧) ଏବଂ ତାଙ୍କ ଚାରି ବର୍ଷର ଝିଅ ସାଇରା ହରିଜନ ୨୪ ଦିନ ହେଲା ଘରୁ କୁଆଡେ ଚାଲିଯାଇଛନ୍ତି ଯାହାକୁ ନେଇ ପରିବାର ଲୋକେ ବହୁତ ଚିନ୍ତା ରେ ଅଛନ୍ତି l ସୂଚନା ଥାଉକି ଖଗପତି ଙ୍କ ଅଭିଯୋଗ ଅନୁଯାୟୀ, ବିଗତ ମାସ ୧୭ ସେପ୍ଟେମ୍ବର ୨୦୨୫ ତାରିଖର ସକାଳେ ଲଳିତା ଓ ସାଇରା ଘରୁ ବାହାରି ଲକ୍ଷ୍ମୀ ବସ ଯୋଗେ ଉମରକୋଟ ଅଭିମୁଖେ ଯାଇଥିଲେ। କିନ୍ତୁ ତା ପରଠାରୁ ଆଜି ପର୍ଯ୍ୟନ୍ତ ସେମାନଙ୍କ ଘରକୁ ଫେରି ନାହାନ୍ତି କିମ୍ବା କୌଣସି ଯୋଗାଯୋଗ ମଧ୍ୟ ହୋଇନାହିଁ। ପରିବାର ପକ୍ଷରୁ ନିଜେ ଅନେକ ଖୋଜାଖୋଜି କରି ଥକି ପଡ଼ି ୧୦ ଦିନ ପରେ ଅର୍ଥାତ ୨୭ ସେପ୍ଟେମ୍ବର ୨୦୨୫ ରିଖରେ ଉମରକୋଟ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା।
ଅଭିଯୋଗ ଦିଆଯିବାରୁ ୧୪ ଦିନ ବିତିଗଲା, କିନ୍ତୁ ପୋଲିସ ଏପର୍ଯ୍ୟନ୍ତ ମା’ ଓ ଝିଅଙ୍କ ବିଷୟରେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ଏହାକୁ ନେଇ ପରିବାର ଅତ୍ୟନ୍ତ ଚିନ୍ତାରେ ଅଛନ୍ତି। ଖଗପତି ହରିଜନ ଙ୍କ କହିବା ଅନୁସାରେ,ଛଅ ବର୍ଷ ତଳେ ସେ କୋପେନା ପଞ୍ଚାୟତ ର ସିରିଲି ପଦର ଗ୍ରାମର ଲଳିତାଙ୍କ ସହ ବିବାହ କରିଥିଲେ। ଦମ୍ପତିଙ୍କ ପ୍ରଥମ ସନ୍ତାନ ପୁତ୍ର ଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ସେ ଏବେ ଏହି ଦୁନିଆରେ ନାହାନ୍ତି। ସାଇରା ହେଉଛନ୍ତି ଦ୍ବିତୀୟ ସନ୍ତାନ।ଘଟଣା ସମ୍ପର୍କରେ ଉମରକୋଟ ଥାନା ଅଧିକାରୀ ରମାକାନ୍ତ ସାଏଙ୍କ ସହ ଯୋଗାଯୋଗ କଲାବେଳେ ସେ କହିଲେ, ଆମେ ସମସ୍ତ ଦିଗକୁ କୁ ନେଇ ଅନୁସନ୍ଧାନ କରୁଛୁ। ଖୁବ ଶୀଘ୍ର ନିଖୋଜ ମା’ ଓ ଝିଅଙ୍କ ଖୋଜ ମିଳିବ ବୋଲି ଆମର ଆଶା।ଏହି ଘଟଣା ନେଇ ସ୍ଥାନୀୟ ମହଳରେ ମଧ୍ୟ ଭୟ ଓ ଅଶାନ୍ତି ଦେଖାଦେଇଛି। ପରିବାର ପକ୍ଷରୁ ପୋଲିସ ପ୍ରଶାସନଙ୍କୁ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରାର୍ଥନା ସହ ଆବେଦନ କରାଯାଇଛି। ପରିବାର ତରଫରୁ ଜନସାଧାରଣଙ୍କୁ ଅନୁରୋଧ ରହିଛି ଯେ, କୌଣସି ବ୍ୟକ୍ତି ଯଦି ଲଳିତା ଓ ସାଇରାଙ୍କୁ କୌଣସି ଖବର ପାଇବେ ତେବେ ଉମରକୋଟ ପୋଲିସ କୁ ସୂଚନା ଦେଇ ସହଯୋଗ କରନ୍ତୁ।

ad-week
Leave A Reply

Your email address will not be published.