
ପଶ୍ଚିମବଙ୍ଗ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଛନ୍ତି ରାଜ୍ୟପାଳ। ରାଜ୍ୟପାଳ ଡାକ୍ତରଖାନାକୁ ଯାଇ ପୀଡ଼ିତା ଓ ତାଙ୍କ ପରିବାର ସହିତ କଥା ହୋଇ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।
ଅନ୍ୟପଟେ ଦୁର୍ଗାପୁରରେ ପହଞ୍ଚିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି। ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାର ଅନୁଧ୍ୟାନ ପାଇଁ ସେ ଦୁର୍ଗାପୁର ଯାଇଛନ୍ତି। ଏହି ଅବସରରେ ସେ ଗଣଦୁଷ୍କର୍ମ ପୀଡ଼ିତା ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ମଧ୍ୟ ଭେଟି ଘଟଣା ବିଷୟରେ ଅବଗତ ହେବେ।
ସୂଚନାଯୋଗ୍ୟ, ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ପଢୁଥିବା ଜଣେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି।