
କନ୍ଧମାଳ: ସକାଳୁ ସକାଳୁ ଜଙ୍ଗଲରୁ ଗାଁ ଭିତରକୁ ପଶି ଆସିଲା ଭାଲୁ l ପ୍ରଥମେ ଗାଈ ବଳଦକୁ ଆକ୍ରମଣ କରୁଥିଲା l ଠିକ୍ ଏତିକି ସମୟରେ ରୁଣ୍ଡ ହୋଇଗଲେ ଗାଁ ଲୋକେ l ଗାଁ ଲୋକଙ୍କ ପାଟି ଶୁଣି ଗାଈ ବଳଦଙ୍କ ନିକଟରୁ ପଳାଇବାକୁ ବାଟ ଖୋଜିଥିଲା ଭାଲୁ । ଭାଲୁ ଫେରି ଯାଉଥିଲା ହେଲେ ଦୁଭାର୍ଗ୍ୟକୁ କେନାଲ ପାଖରେ ଭାଲୁ ମୁହଁରେ ପଡିଗଲେ ଦୁଇ ଭାଇ l
ଦୁଇ ସମ୍ପର୍କୀୟ ଭାଇ ସକାଳୁ ସକାଳୁ କେନାଲକୁ ଗାଧୋଇବାକୁ ଯାଇଥିଲେ ।କିନ୍ତୁ ଭାଲୁର ଶୀକାର ହେଲେ l ଗାଈ ବଳଦକୁ ଆକ୍ରମଣ କରିବା ପରେ ଭାଲୁଟି ଘାଇଲା ହୋଇ ଦୁଇ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା l ଭାଲୁ ଆକ୍ରମଣରେ ଦୁଇ ସମ୍ପର୍କୀୟ ଭାଇ ଏବେ ଗୁରୁତର ହୋଇଛନ୍ତି l ଦୁଇ ଭାଇକୁ ଭାଲୁ ଗୋଡ଼ାଇ ଗୋଡ଼ାଇ ଲହୁ ଲୁହାଣ କରିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ କେନାଲ ନିକଟରେ ପଡ଼ିଥିଲେ ଦୁଇ ଭାଇ l ଦୁଇ ଭାଇଙ୍କ ବିକଳ ଚିତ୍କାର ଶୁଣି ଗ୍ରାମବାସୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ କେନାଲ ନିକଟରୁ ଉଦ୍ଧାର କରିଥିଲେ l ଉଦ୍ଧାର ପରେ ଦୁଇ ଭାଇଙ୍କୁ କ.ନୂଆଗାଁ ମେଡିକାଲରେ ଭର୍ତ୍ତି କରାଇଥିଲେ ପରିବାର ଲୋକ ଓ ଗ୍ରାମବାସୀ l
କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଗୁଞ୍ଜିବାଡି ପଂଚାୟତ ଅନ୍ତର୍ଗତ ଗାନ୍ଦ୍ରିଗାଁର ମୁଣ୍ଡିକିଆ ସାହିରେ ଘଟିଛି ଏଭଳି ଘଟଣା । ଗୁରୁତର ଦୁଇ ସମ୍ପର୍କୀୟ ଭାଇ ହେଲେ ମୁଣ୍ଡିକିଆ ସାହିର ପର୍ଶୁରାମ ପ୍ରଧାନ ଓ ଲିଟୁ ପ୍ରଧାନ l ଭାଲୁ ଆକ୍ରମଣ ରେ ଦୁଇ ଭାଇର ମୁହଁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି l ଭାଲୁ ଆକ୍ରମଣରେ ଦୁଇ ଭାଇର ଆଖି ମଧ୍ୟ ନଷ୍ଟ ହୋଇଥିବା ପରିବାର ଲୋକ ଆଶଙ୍କା କରିଛନ୍ତି l ତେବେ ସେମାନଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ଡାକ୍ତର l ତେବେ ବନ ବିଭାଗ ପକ୍ଷରୁ ଗାଁ ରେ ସୁରକ୍ଷା ସହ ଭାଲୁ ଆକ୍ରମଣରେ ଗୁରୁତର ଦୁଇ ଭାଇଙ୍କୁ ସରକାରୀ ସହାୟତା ପାଇଁ ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି l