ବୃନ୍ଦାବତୀ ନିବାସରେ ହବିଷ୍ୟାଳୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

youtube

ପୁରୀ : ହବିଷ୍ୟାଳୀଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏକ ମାସ ବ୍ୟାପୀ ଚାଲିଥିବା ମହାଧାର୍ମିକ କାର୍ତ୍ତିକ ମାସ ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଆଜି ବୃନ୍ଦାବତୀ ନିବାସ ହବିଷ୍ୟାଳୀ ଶିବିରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ପହଞ୍ଚି ହବିଷ୍ୟାଳୀ ମାଙ୍କ ସହ ଆଲୋଚନା କରିଛନ୍ତି । ମହାଧାର୍ମିକ କାର୍ତ୍ତିକ ମାସ ପୂଜା,ରହିବା,ମହାପ୍ରସାଦ ସେବନ , ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ସୁଖ ଦୁଃଖ ନେଇ ସେ ଆଲୋଚନା କରିଥିଲେ ।

ମୁଖ୍ୟମନ୍ତ୍ରୀ ଜୟ ଜଗନ୍ନାଥ କହି ସମ୍ବୋଧନ କରିଥିଲେ ।ସେ କହିଥିଲେ ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀ ନୁହେଁ ବରଂ ମହାପ୍ରଭୁଙ୍କ ଭକ୍ତ ଭାବେ ଆସିଛି । ଆପଣମାନଙ୍କ ସହ ମିଶିବା ପାଇଁ ଆସିଛି । କାର୍ତ୍ତିକ ମାସର ମହତ୍ତ୍ଵ ଅନେକ ରହିଛି ।  ଓଡ଼ିଆ ପରମ୍ପରାରେ ପବିତ୍ର ମାସ । ଭକ୍ତି ,କରୁଣା ଓ ଆଧ୍ୟାତ୍ମିକର ମାସ । ଆପଣମାନେ ସମସ୍ତଙ୍କୁ ଆଶୀର୍ବାଦ କରିଥାନ୍ତି  । ଅନେକ ହବିଷ୍ୟାଳୀ ଏକାକୀ ଆସିଥାନ୍ତି । ଏକ ମାସ ଧରି ନିଷ୍ଠା ଓ ପବିତ୍ରତାର ସହ ବ୍ରତ କରିଥାନ୍ତି ।

୨୫୦୦ ହବିଷ୍ୟାଳୀଙ୍କ ପାଇଁ ଚଳିତ ବର୍ଷ ୫ ଟି ସ୍ଥାନରେ ବ୍ୟବସ୍ଥା ହୋଇଛି । ଚଳିତ ବର୍ଷ ୩ କୋଟି ୩୦ ଲକ୍ଷ ବ୍ୟବସ୍ଥା ହୋଇଛି । ହବିଷ୍ୟାଳୀ ଯୋଜନାକୁ ସୁଦୃଢ଼ କରାଯିବ । ପୁରୀରେ ବିଶ୍ବସ୍ତରୀୟ ମ୍ୟୁଜିୟମ ,ଲାଇବ୍ରେରୀ କରାଯିବ । ତୀର୍ଥଯାତ୍ରୀଙ୍କ ସୁବିଧାକୁ ଆଧୁନିକୀକରଣ କରାଯିବ । ଆପଣଙ୍କ ପ୍ରାର୍ଥନା ପ୍ରଭୁଙ୍କ ପାଖରେ ପହଞ୍ଚିବ । କରୁଣା, ନମ୍ରତା ଓ ନିଷ୍ଠା ର ସହ ବଂଚିବା ନେଇ ଜଗନ୍ନାଥ ଧର୍ମ ଆମକୁ ଏହି ଶିକ୍ଷା ଦେଉଥିବା ମୁଖ୍ୟମନ୍ତ୍ରୀ ମତ ରଖିଥିଲେ ।

ଅଁଳା ନବମୀ ପାଦ ଦର୍ଶନ ନେଇ ଆଲୋଚନା ଜାରି ରହିଥିବା ବେଳେ ନୀତି ବିଭ୍ରାନ୍ତି ନ କରି କାର୍ଯ୍ୟ କରିବା ନେଇ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ହବିଷ୍ୟାଳି କେନ୍ଦ୍ର ପରିସରରେ ଏ ନେଇ ଏକ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ମା’ମାନଙ୍କୁ ସ୍ୱତନ୍ତ୍ର କୀଟ ପ୍ରଦାନ କରିଥିଲେ । ଆୟୋଜିତ ଉତ୍ସବରେ ହବିଷ୍ୟାଳୀ ମନେ ହୁଳହୁଳି ଦେଇ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱାଗତ କରିଥିବା ସହ ଆର୍ଶୀବାଦ ଦେଇଥିଲେ ।

ଚଳିତ ବର୍ଷ ହବିଷ୍ୟାଳୀ ଶିବିରରେ 2500 ରୁ ଉର୍ଦ୍ଧ ହବିଷ୍ୟାଳୀଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯାଇଥିବା ସହ ସେମାନଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ ବ୍ୟବସ୍ଥା, ଭଜନ, କୀର୍ତନ ତଥା ସ୍ୱାସ୍ଥ୍ୟବସ୍ଥା ଆଦି ବିଭିନ୍ନ ସୁବିଧାର ସମସ୍ତ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା ମଧ୍ୟ କରିଥିଲେ ।  ମୁଖ୍ୟମନ୍ତ୍ରୀଙ୍କ ସହ ପୁରୀ ଓ ଜଗତସିଂହପୁର ସାଂସଦ ,ସତ୍ୟବାଦୀ ,ପୁରୀ ,ପିପିଲି,ବ୍ରହ୍ମଗିରି ବିଧାୟକ ,ଜିଲ୍ଲାପାଳ ,ଏସପି ଉପସ୍ଥିତ ଥିଲେ।

Leave A Reply

Your email address will not be published.