ଦୁର୍ଗାପୁର ଗଣଦୁଷ୍କର୍ମ ମାମଲା: ୫ମ ଅଭିଯୁକ୍ତ ଗିରଫ, ଉନ୍ନତ ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଓଡ଼ିଶା ଆଣିବାକୁ ଦାବି କଲା ପରିବାର

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ଗଣଦୁଷ୍କର୍ମ ମାମଲାରେ ପଞ୍ଚମ ଅଭିଯୁକ୍ତ ଗିରଫ । ଗ୍ୟାଙ୍ଗ ରେପ ଘଟଣାରେ ଚାଲିଛି ତନାଘନା ତଦନ୍ତ । ପଞ୍ଚମ ଅଭିଯୁକ୍ତକୁ ଗିରଫ ପରେ କୋର୍ଟରେ ହାଜର କରିଛି ପୋଲିସ । ଗତକାଲି ଗିରଫ ଚାରି ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ପାଇଁ ୧୦ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଘଟଣାସ୍ଥଳରୁ ପୀଡ଼ିତାଙ୍କୁ ଛାଡ଼ି ଚାଲିଯାଇଥିବା ପୁରୁଷ ବନ୍ଧୁକୁ ଘଟଣା ସମ୍ପର୍କରେ ମାରାଥନ୍ ଜେରା ଚାଲିଛି ।
ଅନ୍ୟପଟେ ପଶ୍ଚିମବଙ୍ଗ କର୍ତ୍ତୃପକ୍ଷଙ୍କଠାରୁ ପ୍ରାରମ୍ଭିକ ସହାୟତା ନ ମିଳିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପୀଡ଼ିତାଙ୍କ ବାପା । ଝିଅକୁ ଉନ୍ନତ ଚିକିତ୍ସା ପାଇଁ ଓଡ଼ିଶା ଆଣିବାକୁ ଅନୁମତି ଦେବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିବେଦନ କରିଛନ୍ତି । ଏହା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର ଦଣ୍ଡ ପାଇଁ ସେ ଦାବି କରିଛନ୍ତି । ଶୁକ୍ରବାର ରାତିରେ ଦୁର୍ଗାପୁରର ଏକ ଘରୋଇ ମେଡିକାଲ ଛାତ୍ରୀ ବୟଫ୍ରେଣ୍ଡ ସହ ରାତ୍ରିଭୋଜନ ପାଇଁ ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଓଡିଆ ଡାକ୍ତରୀ ଛାତ୍ରୀଙ୍କ ଗ୍ୟାଙ୍ଗରେପ ଘଟଣା ସବୁଠି ଚହଳ ସୃଷ୍ଟି କରିଛି ।