ଆପତ୍ତିଜନକ ଏ.ଆଇ ଭିଡିଓ କରି ବନ୍ଧା ହେଲେ ଯୁବକ

youtube

କଟକ : ଆପତ୍ତିଜନକ ଏ.ଆଇ ଭିଡିଓ କରି ଯୁବକ ଗିରଫ ।  ଏ.ଆଇ ଭିଡିଓ କରି ସୋସିଆଲ ମିଡିଆରେ ଛାଡୁ ଥିଲେ ଅଭିଯୁକ୍ତ ।  ଗିରଫ କଲା ସାଇବର ଥାନା ପୋଲିସ। ସୋସିଆଲ ମିଡିଆରେ ଏପରି ଭିଡିଓ ଛାଡ଼ି ଅଧିକ ଭୀୟୁ ଆଶାରେ ଟଙ୍କା ରୋଜଗାର କରିବା ପାଇଁ ଚେଷ୍ଟା କରୁଥିଲେ ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ସାଲେପୁର ଅଞ୍ଚଳର ବିଶ୍ଵ ବଲ୍ଲଭ ନନ୍ଦ ।

ରାଜନୈତିକ ବ୍ୟକ୍ତି ବିଶେଷ,ସେଲିବ୍ରିଟି ଆଦି ପବ୍ଲିକ ଫିଗରମାନଙ୍କର ଆପତ୍ତିଜନକ ଏ.ଆଇ ଭିଡିଓ କରୁଥିଲା ଅଭିଯୁକ୍ତ ।  ଅଭିଯୁକ୍ତ ଠାରୁ ଏକ ମୋବାଇଲ ଫୋନ୍, କିଛି ସ୍କ୍ରିନ ସର୍ଟ ଜବତ୍ କରିଛି ସାଇବର ଥାନା ପୋଲିସ ।  କୌଣସି ଅଜଣା ଅଚିହ୍ନା ବ୍ୟକ୍ତି ଙ୍କ ଠାରୁ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ୍ ଗ୍ରହଣ ନ କରିବା ସହିତ, କୌଣସି ବ୍ୟକ୍ତିଗତ ତଥ୍ୟ କିମ୍ବା ଫଟ,ଭିଡିଓ ଆଦି ସେୟାର ନ କରିବାକୁ ଅପିଲ କରିଛନ୍ତି କଟକ ଡିସିପି ।  କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସାଇବର ହେଲ୍ପ ଲାଇନ୍ ନମ୍ବର 1930 କୁ ଯୋଗାଯୋଗ କରିବାକୁ କହିଛି କମିଶନରେଟ ପୋଲିସ ।  ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ।

Leave A Reply

Your email address will not be published.