
ଜମ୍ମୁ-କାଶ୍ମୀର: LOCରେ ଫାୟାରିଂ । ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ । ଅନୁପ୍ରବେଶକୁ ରୋକିବକୁ ଜମ୍ମୁ ଏବଂ କାଶ୍ମୀରର କୁପୱାଡା ସେକ୍ଟରରେ ଗୁଳି ବିନିମୟ । ଗତକାଲି ସନ୍ଧ୍ୟା ସମୟରେ ନିୟନ୍ତ୍ରଣ ରେଖା ନିକଟରେ ସନ୍ଦେହଜନକ ଗତିବିଧି ପରିଲକ୍ଷିତ ହୋଇଥିଲା । ମାଚିଲ ଏବଂ ଦୁଦନିଆଲ ଅଞ୍ଚଳରେ ସନ୍ଦେହ ଜନକ ଗତିବିଧିକୁ ଦେଖି ଫାୟାରିଂ ଆରମ୍ଭ କରିଥିଲା ସେନା । ଅନ୍ଧାରରେ ଲୁଚି ରହିଥିବା ଅନୁପ୍ରବେଶକାରୀଙ୍କୁ ରୋକିବାକୁ ଗୁଳିଚାଳନା କରିଥିଲା ସେନା । କିନ୍ତୁ ସେନା ଉପରୁ ପାଲଟା ଗୁଳିଚାଳନା କରିଥିଲେ ଅନୁପ୍ରବେଶକାରୀ । ଏହା ସହ LOC ନିକଟରେ ବିସ୍ଫୋରଣ ମଧ୍ୟ ଶଣିବାକୁ ମିଳିଥିଲା । ଫଳରେ ଅଞ୍ଚଳକୁ ତୁରନ୍ତ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଅନୁପ୍ରବେଶକୁ ରୋକିବା ପାଇଁ ପୁରା ଅଞ୍ଚଳରେ ସେନା ପକ୍ଷରୁ କମ୍ବିଂ ଆରମ୍ଭ କରାଯାଇଛି । ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଅପରେସନ ଏବେ ଜାରି ରହିଛି । ସ୍ଥିତି ଉପରେ ନଜର ରଖାଯାଇଛି।.
ସୂତ୍ର ଅନୁଯାୟୀ, ସୈନ୍ୟମାନେ ସନ୍ଦେହଜନକ ଅନୁପ୍ରବେଶ କାର୍ଯ୍ୟକଳାପ ଦେଖିଥିଲେ ଏବଂ ସତର୍କତା ସ୍ୱରୂପ କିଛି ରାଉଣ୍ଡ ଗୁଳି ଚଳାଇଥିଲେ । ଅଞ୍ଚଳରେ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି, ଏବଂ କୌଣସି ଅନୁପ୍ରବେଶ ନହେବା ପାଇଁ ଏକ ବଡ଼ ସର୍ଚ୍ଚ ଅପରେସନ୍ ଚାଲିଛି । ପରିସ୍ଥିତି ସ୍ପଷ୍ଟ ହେବା ପରେ ଅଧିକ ସୂଚନା ଅପେକ୍ଷା କରାଯାଇଛି ।