କୋଲ୍ଡରିଫ୍ ସମେତ ରେସପିଫ୍ରେସ୍ ଟିଆର ଓ ରିଲିଫ୍ ସିରପକୁ ବିଷାକ୍ତ କହିଲା WHO

youtube

ନୂଆଦିଲ୍ଲୀ : କୋଲ୍ଡରିଫ୍ ସମେତ ରେସପିଫ୍ରେସ୍ ଟିଆର ଓ ରିଲିଫ୍ ସିରପକୁ ବିଷାକ୍ତ କହିଲା WHO । ଏହି ୩ କଫ୍ ସିରପରେ ଡାଇଏଥିଲିନ୍ ଗ୍ଲାଇକୋଲ ଓ ଏଥିଲିନ୍ ଗ୍ଲାଇକୋଲ୍ ଅଧିକ ମାତ୍ରାରେ ବ୍ୟବହୃତ ନେଇ ସତର୍କ କରିଛି WHO । ଯାହା ମଣିଷ ଶରୀରରେ ଗୁରୁତର ପ୍ରଭାବ ପକାଇଥାଏ । ଏହିସବୁ ସିରପ ଗୁଡ଼ିକ ଭାରତରୁ ରପ୍ତାନୀ ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ-WHO ।

କୋଲ୍ଡରିଫ୍ ସିରପ ସେବନ କରି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ୨୦ରୁ ଊର୍ଦ୍ଧ୍ବ ଶିଶୁଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଏ କପସିରପ ବ୍ୟବହାର ଉପରେ ରହିତାଦେଶ ଜାରି କରିବାକୁ କେନ୍ଦ୍ର ସରକାରଙ୍କୁ କହିଛି WHO । ଗତ ଅଗଷ୍ଟରେ ଏହି ସିରପ ସେବନ ଯୋଗୁ ମଧ୍ୟପ୍ରଦେଶ ପାରାସିଆ ଗାଁର ଅଧିକାଂଶ ଶିଶୁ ଏକକାଳୀନ ଅସୁସ୍ଥ ହେବା ଖବର ସାମନାକୁ ଆସିଥିଲା ।

ଗତ ସପ୍ତାହରେ ଏହି ସିରପ୍ ଖାଇବା ପରେ ଭାରତରେ ୫ ବର୍ଷରୁ କମ୍ ବୟସର ୧୭ ଜଣ ପିଲାଙ୍କ ମୃତ୍ୟୁ ଘଟିଛି । ଏହି ଔଷଧଗୁଡ଼ିକ ମଧ୍ୟରୁ କୌଣସିଟି ଭାରତରୁ ରପ୍ତାନି କରାଯାଇ ନାହିଁ ଏବଂ ଅବୈଧ ରପ୍ତାନିର କୌଣସି ପ୍ରମାଣ ନାହିଁ ବୋଲି ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) WHOକୁ ସୂଚନା ଦେଇଛି ।

ତାମିଲନାଡ଼ୁର ଶ୍ରେସନ ଫାର୍ମା ଦ୍ବାରା ପ୍ରସ୍ତୁତି କୋଲ୍ଡରିଫ୍ ସିରପ ସେବନ ଦ୍ବାରା ପିଲାଏ ଜ୍ବର, ଝାଡ଼ାବାନ୍ତିର ଶିକାର ହୋଇଥିବା ଜଣାପଡ଼ିଥିଲା । ଲ୍ୟାବରେ ସିରପର ପରୀକ୍ଷଣ ଏଥିରେ ଡାଇଏଥିଲିନ୍ ଓ ଏଥିଲିନର ମାତ୍ରା ଠାବ କରାଯାଇଥିଲା । ପରେ ଚଳିତ ଅକ୍ଟୋବରରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାମିଲନାଡ଼ୁ କାଞ୍ଚିପୁରମରେ ଥିବା ଶ୍ରେସନ ଫାର୍ମା କମ୍ପାନୀ ଓନରଙ୍କୁ ଗିରଫ କରାଯାଇଥିଲା । ଏହାସହ କମ୍ପାନୀର ଲାଇସେନ୍ସକୁ ବାତିଲ କରାଯାଇ ଏହାକୁ ସବୁଦିନ ପାଇଁ ବନ୍ଦ ଘୋଷଣା କରିଛନ୍ତି ତାମିଲନାଡ଼ୁ ସରକାର ।

Leave A Reply

Your email address will not be published.