ନୂଆପଡାରେ ବିଜେପିର ମିଶ୍ରଣ ପର୍ବ

youtube

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଉଦ୍ୟାନବନ୍ଧ ଠାରେ ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପ୍ରାୟ ୧୮ଜଣ ସରପଞ୍ଚ, ୨୦ଜଣ ସମିତି ସଭ୍ୟଙ୍କ ସହ ପ୍ରାୟ ୩୦ଟି ବିଭିନ୍ନ ସଂଗଠନର ଅଧିକାରୀ ଏବଂ ଶହ ଶହ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।

ଏହି ସଭାରେ ରାଜ୍ୟ ସଭାପତିଙ୍କ ସହ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, କଳାହାଣ୍ଡି ସାଂସଦ ମାଳବିକା ଦେବୀ,କଳାହାଣ୍ଡି ର ପୂର୍ବତନ ସାଂସଦ ଭାଜପା ର ଉପ ନିର୍ବାଚନ ପ୍ରାର୍ଥୀ ଜୟ ଢୋଲକିଆ, ଧର୍ମଗଡ ବିଧାୟକ ସୁଧୀର ପାଟ ଯୋଶୀ, ପ୍ରସନ୍ନ କୁମାର ପାଢ଼ୀ , ଅଭିନନ୍ଦନ ପଣ୍ଡା , ସରୋଜ କୁମାର ସାହୁ, ଡ଼ ସୋନିଆ ଜୈନ , ଗୋଲ୍ଡି ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଜୟ ଢୋଲକିଆ ବିଜେପିରେ ମିଶିବା ପରେ ପ୍ରାର୍ଥୀ ହୋଇଥିବାରୁ ତାଙ୍କୁ ଦଳ ବିଜୟ କରିବାକୁ ପୁରା ଅଣ୍ଟା ଭିଡିଛି । ଏଥିପାଇଁ ବିଜେଡିରୁ ଅନେକ କର୍ମୀ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.