ଓଡ଼ଗାଁ ଅଞ୍ଚଳର ୩ ବିଦେଶୀ ମଦ ଦୋକାନରୁ ଚୋରି ଘଟଣାର ଫର୍ଦଫାଶ…

ନୟାଗଡ଼: ଓଡ଼ଗାଁ ଅଞ୍ଚଳର ୩ ବିଦେଶୀ ମଦ ଦୋକାନରୁ ଚୋରି ଘଟଣା :୭ ଅଭିଯୁକ୍ତ ଗିରଫ,୧ ଲକ୍ଷ ୬୦ ହଜାର ଟଙ୍କା ସମେତ ଗୋଟିଏ ଧଳା ରଙ୍ଗର ଟାଟା ଇଣ୍ଡିଗୋ କାର,୪ ଗୋଟି ମଟର ସାଇକେଲ,୯ ଗୋଟି ସ୍ମାର୍ଟ ଫୋନ,୨ ଗୋଟି ସାଧା ଫୋନ,କଟୁରୀ ଓ ପେଚକସ ଜବତ
ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡାପିଠା ସରକାରୀ ଠିପି ଖୋଲା ବିୟର ବାର,ଅପର ପାଶ୍ୱର୍ରେ ଥିବା ସିନେମାହଲ ନିକଟବର୍ତ୍ତୀ ଠିପି ବନ୍ଦ ସରକାରୀ ମଦ ଦୋକାନ ଓ ବାଘୁଆ ସରକାରୀ ମଦ ଦୋକାନରୁ ସିରିଜ ଚୋରି ଘଟଣାରେ ଓଡ଼ଗାଁ ପୁଲିସକୁ ବଡ଼ ସଫଳତା ମିଳିଛି।ଚୋରି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ୭ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବାବେଳେ ସମସ୍ତ ଅଭିଯୁକ୍ତ ଗଞ୍ଜାମ ଅଞ୍ଚଳର ହୋଇଥିବା ନେଇ ଓଡ଼ଗାଁ ଠାରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ ସୂଚନା ପ୍ରଦାନ କରିଛନ୍ତି।ଅନ୍ୟପକ୍ଷେ ସିସିଟିଭି ଫୁଟେଜ ଆଧାରରେ ପୁଲିସ ଚୋରଙ୍କର ସନ୍ଧାନ ପାଇଥିବା ନେଇ କହିଛି।

ad-week
Leave A Reply

Your email address will not be published.