ମାଓବାଦୀଙ୍କ ଘରବାହୁଡା଼ ସହ ମୁଖ୍ୟସ୍ରୋତରେ ସାମିଲ ପାଇଁ ପୋଷ୍ଟର ଜାରିକଲା ଓଡ଼ିଶା ପୋଲିସ

youtube

ବାଲିଗୁଡା : ପୁଲିସର ସମସ୍ତ ପ୍ରୟାସ ସତ୍ତ୍ୱେ କନ୍ଧମାଳ ଜିଲ୍ଲା ସମ୍ପୂର୍ଣ୍ଣ ରୂପେ ମାଓମୁକ୍ତ ହୋଇପାରି ନାହିଁ। ମଝିରେ ମଝିରେ ମାଓବାଦୀଙ୍କ ତରଫରୁ ବିଭିନ୍ନ ଘଟଣା ଘଟୁଛି। ଇତି ମଧ୍ୟରେ ଅନେକ ମାଓବାଦୀ ପୁଲିସ ଏନ୍‌କାଉଣ୍ଟରର ଶିକାର ହୋଇଥିବାବେଳେ ଅନେକ କ୍ୟାଡର ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଜିଲ୍ଲା ପୁଲିସ ସହିତ ସିଆର୍‌ପିଏଫ୍ ଏବଂ ବିଏସ୍ଏଫ୍ ମଧ୍ୟ ମାଓ ବିରୋଧୀ ଅଭିଯାନରେ ସାମିଲ ହୋଇଛି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ସୁରକ୍ଷା ବାହିନୀ ପକ୍ଷରୁ ନୂତନ ରଣନୀତି ପ୍ରସ୍ତୁତ କରାଯାଇ ୨୦୨୬ ସୁଦ୍ଧା ଜିଲାକୁ ମାଓମୁକ୍ତ କରିବା ଲକ୍ଷ୍ୟ ରଖାଯାଇଛି। ଏଭଳି ସ୍ଥିତିରେ ମାଓ ବିରୋଧୀ କାର୍ଯ୍ୟକଳାପ ରୋକିବା ସହିତ ଲାଲବାହିନୀର ସଦସ୍ୟଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ପୁଲିସ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଅଞ୍ଚଳରେ ପୋଷ୍ଟର ମାରି ଲୋକଙ୍କୁ ସଚେତନ କରାଯିବା ସହିତ ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବା ପାଇଁ ଆହ୍ୱାନ ଦିଆଯାଇଛି। ମାଓବାଦୀ ସଙ୍ଗଠନ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମୋବାଇଲ ନମ୍ବର ୯୪୩୭୬୪୩୮୩୯ ଜାରୀ କରିଛି ଓଡିଶା ପୋଲିସ । ଉପାନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ସଚେତନତା ପୋଷ୍ଟର ଲଗାଯାଇଛି। ଓଡ଼ିଆ ସ‌ହିତ ଆଦିବାସୀ ଭାଷାରେ ମଧ୍ୟ ଏହି ପୋଷ୍ଟର ମରାଯାଇଛି। ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଫଟୋ ମଧ୍ୟ ରହିଛି । ମୁଖ୍ୟସ୍ରୋତକୁ ଫେରିଲେ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ଆର୍ଥିକ ସହାୟତା ଓ ସୁବିଧା ସୁଯୋଗ ବିଷୟରେ ଏଥିରେ ଉଲ୍ଲେଖ କରାଯାଇଛି। କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳ ର ସୁବର୍ଣ୍ଣଗିରି, ଓରା, ସିନ୍ଧିଗୁଡା, ରଢ଼ିଗୁମା, ଦୁର୍ଗାପଙ୍ଗା ସମେତ ତୁମୁଡିବନ୍ଧ ଥାନା ଅଞ୍ଚଳ ସିର୍ଲା, ଟେକଲାମିଲା ଭଳି ବିଭିନ୍ନ ସ୍ଥାନରେ ପୋଷ୍ଟର ଜାରୀ ହୋଇଥିବା ଦେଖିବାକୁ ମିଳିଛି । ଏଥି ସହ ବାଲିଗୁଡା ଥାନା ଗଙ୍ଗେରୀ, କାମେଳିକିଆ ଛକ, ବାରଖମା, ମିଡିଆକିଆ ସମେତ କ.ନୂଆଗାଁ, ଦାରିଙ୍ଗିବାଡ଼ି, ରାଇକିଆ, ଜି.ଉଦୟଗିଶି ଭଳି ବିଭିନ୍ନ ଥାନା ଅଂଚଳରେ ଶତାଧିକ ପୋଷ୍ଟର ଜାରୀ କରିଛି ଓଡିଶା ପୋଲିସ । ସରକାରଙ୍କ ମାଓ ବିରୋଧୀ ଅଭିଯନର ଅଂଶ ବିଶେଷ ଭାବେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ବିଷୟ ଆରକ୍ଷୀ ଅଧିକ୍ଷକ ହରିଶ ବିସି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.