ମୁନୀରଙ୍କ ଧମକର କଡ଼ା ଜବାବ ଦେଲେ ରାଜନାଥ

add-all

ନୂଆଦିଲ୍ଲୀ: ତାଲିବାନଠାରୁ ନିର୍ମମଭାବେ ପରାସ୍ତ ହୋଇ ରକ୍ତମୁଖା ହୋଇପଡ଼ିଛନ୍ତି ପାକିସ୍ତାନ ସେନାମୁଖ୍ୟ ତଥା ଫିଲଡ ମାର୍ସାଲ ଅସୀମ ମୁନୀର । କିନ୍ତୁ ତାଲିବାନ ବଦଳରେ ସେ ଭାରତକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ପାକିସ୍ତାନ କେବେ ବି ନଇଁବ ନାହିଁ । ଯେକୌଣସି ଦୁଃସାହସର ଦୃଢ ଜବାବ ଦିଆଯିବ । ଏହି ଜବାବର ପ୍ରଳୟଙ୍କରୀ ପରିଣାମ ହେବ ଯାହାର ପ୍ରଭାବ ସମଗ୍ର ଅଂଚଳ ଉପରେ ପଡ଼ିବ । କିନ୍ତୁ ଏଥିପାଇଁ ଭାରତ ଦାୟୀ ରହିବ । ପାକିସ୍ତାନୀ ମିଲିଟାରୀ ଏକାଡେମୀରେ ଉଦବୋଧନ ଦେଇ ସେ କହିଛନ୍ତି ଯଦି ପୁଣି ସଂଘର୍ଷ ଆରମ୍ଭ ହୁଏ, ପାକିସ୍ତାନ ତାହାର ବଡ଼ ଧରଣର ଜବାବ ଦେବ ।

ଏପଟେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ପାକିସ୍ତାନର ପ୍ରତି ଇଞ୍ଚ ଅଂଚଳ ଏବେ ବ୍ରହ୍ମସ କ୍ଷେପଣାସ୍ତ୍ରର ରେଞ୍ଜ ଭିତରେ ରହିଛି । ଅପରେସନ୍ ସିନ୍ଦୂର କେବଳ ଏକ ଟ୍ରେଲର ଥିଲା, କିନ୍ତୁ ଏହା ସମଗ୍ର ବିଶ୍ୱକୁ ଏକ ବାର୍ତ୍ତା ପଠାଇଥିଲା ଯେ ଭାରତ ତାର ଶତ୍ରୁମାନଙ୍କୁ ନିୟନ୍ତ୍ରଣ କରିବାର କ୍ଷମତା ରଖିଛି। ଏହି ପ୍ରାକ୍ଟିକାଲ ଡେମୋନଷ୍ଟ୍ରେସନ ( ବ୍ୟବହାରିକ ପ୍ରଦର୍ଶନ) ବ୍ରହ୍ମସ ଉପରେ ସାରା ବିଶ୍ବର ଭରସାକୁ ବଢାଇଦେଇଛି ।

ପ୍ରତିରକ୍ଷା ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଆଉ କେବଳ ଏକ ଅସ୍ତ୍ର ନୁହେଁ, ବରଂ ଭାରତର ସ୍ୱଦେଶୀ କ୍ଷମତା ଏବଂ ପ୍ରଯୁକ୍ତିବିଦ୍ୟା ଦକ୍ଷତାର ପ୍ରତୀକ। ଏହି ସୁପରସୋନିକ୍ କ୍ଷେପଣାସ୍ତ୍ର ସେନା, ନୌସେନା ଏବଂ ବାୟୁସେନାର ମେରୁଦଣ୍ଡ ପାଲଟିଛି। କ୍ଷେପଣାସ୍ତ୍ରର ଉଚ୍ଚ ଗତି, ସଠିକତା ଏବଂ ଶକ୍ତି ଏହାକୁ ବିଶ୍ୱର ସର୍ବୋତ୍ତମ ସିଷ୍ଟମ ମଧ୍ୟରୁ ଗୋଟିଏ କରିଥାଏ।

ad-week
Leave A Reply

Your email address will not be published.