ଧନତରାସ ରେ ସୁନା ଦର ଆକାଶ ଛୁଆଁ :ଲୋକେ ଏବେ ଝାଡୁ ଦୋକାନ ମୁହାଁ…..!

add-all


ବ୍ରହ୍ମପୁର: ଗତ କିଛି ବର୍ଷ ହେଲା ଧନତରାସ ଦିନ ସୁନା କ୍ରୟ କରିବା ଏକ ଫେସନ ରେ ପରିଣତ ହୋଇଛି। ଚଳିତ ବର୍ଷ ସୁନା ଦର ଆକାଶ ଛୁଆଁ ହୋଇଥିବା ଯୋଗୁଁ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକେ ସୁନା ଦୋକାନ ବଦଳେ ଝାଡୁ ଦୋକାନରେ ଭିଡ଼ ଦେଖିବାକୁ ମିଳିଛି। ସୁନା ଦର ଆକାଶ ଛୁଆଁ ସାଙ୍ଗକୁ ଧନତରାସ ଦିନ ଅଧିକାଂଶ ସୁନା ଦୋକାନୀ ସୁନା କ୍ରୟ ବେଳେ କ୍ୟାରେଟ ରେ ଠକେଇ କରୁଥିବା ଯୋଗୁଁ ଝାଡୁ କ୍ରୟରେ କରିବା ସକାଶେ ଲୋକେ ଝାଡୁ ଦୋକାନ ରେ ଭିଡ଼ ଜମାଉଥିବାର ଦେଖିବା କୁ ମିଳୁଛି। ମଧ୍ୟବିତ୍ତ ଓ ଗରିବଶ୍ରେଣୀର ଲୋକେ ପରମ୍ପରାକୁ ନଜର ଅନ୍ଦାଜ କରି ଧନତରାସ ଦିନ ଗୃହକୁ ଝାଡୁ ଖଣ୍ଡେ କ୍ରୟ କରି ଆଣିଲେ ମା ଲକ୍ଷ୍ମୀ ସନ୍ତୁଷ୍ଟ ହେବେ ବୋଲି ଆଶା ବିଶ୍ୱାସ କରି ସମସ୍ତେ ଝାଡୁ ଖଣ୍ଡେ କ୍ରୟ କରୁଥିବା ଲକ୍ଷ କରାଯାଇଛି। ସୁନା ଦୋକାନୀ ମାନଙ୍କ ପାଇଁ ପୁଷ ମାସ କହିଲେ କିଛିବି ଭୁଲ ହେବ ନାହିଁ ନା ହେଉଛି ସୁନା ର ମାନ୍ୟତା ର ଯାଞ୍ଚ ନା ଦରର ସଠିକ ମୂଲ୍ୟ, ପ୍ରଶାସନ ବଟି ନେଇ ଚୁପ ବୋଲି ସାଧାରଣ ରେ ଚର୍ଚ୍ଚା l

ad-week
Leave A Reply

Your email address will not be published.