ସୁନାମ୍ବ ସାହି ଦେଇ ଚୋରା ବାଲି ଚାଲାଣ ଯୋଗୁଁ ଅଣନିଶ୍ୱାସୀ ସହର ବାସୀ…..!

add-all

ବିନା ଟିପି ବିନା ୱାଇ ଫର୍ମ ରେ ହେଉଛି ଚୋରା ବାଲି ଚାଲାଣ..!

ଟ୍ରାଫିକ ସମସ୍ୟା ହେଲେ ବି ପ୍ରଶାସନ ବଟି ଖାଇ ଚୁପ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସୁନାମ୍ବ ସାହି ଦେଇ ସହ ସହ ଗାଡ଼ିରେ ବାଲି ଚାଲାଣ ସହର ବାସୀ ଅଣନିଶ୍ୱାସୀ। ସଂକୀର୍ଣ୍ଣ ରାସ୍ତାରେ ଏକାଥରକେ ହାଇୱା ଯାତାୟାତ ହେବା ଫଳରେ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଓଭର ଲୋର୍ଡ ସାଙ୍ଗକୁ ଧୂଆଁ ଧୂଆଁ ଯୋଗୁଁ ସହର ବାସୀ ଅଣନିଶ୍ୱାସୀ ହେଉଥିବା ଲକ୍ଷ କରାଯାଉଛି। ରାଜସ୍ବ ଓ ଖଣି ବିଭାଗ ସହ ବାଲି ମାଫିଆ ମାନଙ୍କ ସେଟିଙ୍ଗ ଯୋଗୁଁ ସାଧାରଣ ଜନତା ହଟହଟା ହେଉଥିବା ଚର୍ଚ୍ଚା ହେଉଛି। ଆସିକା ଅଞ୍ଚଳରେ ଥିବା ଅନ୍ୟ ଘାଟ ବନ୍ଦ ଥିବା ଯୋଗୁଁ ସାରା ଜିଲ୍ଲାର କୋଣ ଅନୁକୋଣରୁ ମାଳ ମାଳ ହାଇୱା ଆସିକା ସୁନାମ୍ବ ସାହିରେ ମେଳି ବାନ୍ଧି ରହିବା ଫଳରେ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଗାଙ୍ଗପୁର, ଧରାକୋଟ, ଶେରଗଡ଼, ହିଞ୍ଜିଳି ଅଞ୍ଚଳକୁ ଓଭର ଲୋର୍ଡ ହୋଇ ବାଲି ଚାଲାଣ ହେଲେବି ଭଞ୍ଜନଗର ପରିବହନ କାର୍ଯ୍ୟାଳୟ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ବିନା ୱାଇ ଫର୍ମ ବିନା ଟିପି ରେ ଚୋରା ବାଲି ଚାଲାଣ ହେଉଥିଲେବି ରାଜସ୍ୱ ବିଭାଗ ନିରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳୁଛି। ବସ୍ତି ବାସିନ୍ଦା ଓ ବାଲି ମାଫିଆ ମାନଙ୍କ ମଧ୍ୟର ମୁହାଁ ମୁହିଁ ପରିସ୍ଥିତି ରୀତିମତ ସୃଷ୍ଟି ହେଉଛି। କେତେବେଳେ କଣ ବି ଘଟିପାରେ l ଉକ୍ତ ବାଲି ମାଫିଆ ପ୍ରଶାସନ ଓ ସ୍ଥାନୀୟ ବିଧାୟକ ଙ୍କ ଗେଲ୍ହା ପୁଅ ବୋଲି ସାଧାରଣ ରେ ଚର୍ଚ୍ଚା ତେଣୁ ତାକୁ ହାତ ମାରୁନି ପୋଲିସ କିମ୍ବା ଖଣି ବିଭାଗ, ପୂର୍ବରୁ ତହସିଲ ଅଧୀନରେ ଥିଲା ଲଘୁ ଖଣି ବର୍ତ୍ତମାନ ଖଣି ବିଭାଗ ହାତକୁ ଯିବାରୁ ପୋଲିସ, ତହସିଲ, କିମ୍ବା ବନବିଭାଗ ମୁଣ୍ଡ ପୁରାଉନି ବୋଲି ଚର୍ଚ୍ଚା, ଖଣି ବିଭାଗ ବାବୁ ମାନେ ଜଣେ ଜଣେ କୁବେର ପାଲଟି ଗଲେଣି ଏହିବିଭାଗ ଅଫିସର ମାନେ କୁଆଡେ ଖଣି ମନ୍ତ୍ରୀଙ୍କ ଏଜେଣ୍ଟ ବୋଲି ବିଭିନ୍ନ ଖଟିରେ ଚର୍ଚ୍ଚା ହେଉଛି l ତେଣୁ ବାଲି ଓ ଲଘୁ ଖଣିଜ କୁ ଲୁଟି ଚାଲୁଛନ୍ତି l ଏପଟେ ସରକାର ରାଜସ୍ୱ ହରାଉଛନ୍ତି କିନ୍ତୁ ବାବୁ ମାନଙ୍କ ରାଜସ୍ୱ ଏବେ ଆକାଶ ଛୁଆ l ଇଡି କିମ୍ବା ଭିଜିଲାନ୍ସ ବିଭାଗ ଏବେ କୋମାରେ ଆୟାକର ବିଭାଗ କଥା ନକହିବା ଭଲ l ମାଫିଆ ମାନେ ଏମାନଙ୍କୁ ମାସିଆରି ବଟି ଦେଇ ଲୁଟି ଚାଲିଛନ୍ତି ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ସହିତ ଖଣି ବିଭାଗ ପ୍ରକୃତ ମାଫିଆ ମାନଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି l

ad-week
Leave A Reply

Your email address will not be published.