ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଧେଶ ନାମା ଓ ଉଚ୍ଚ ନ୍ୟାଳୟ କଟକଣା ଫୁ…!

add-all

ସମାଧି ପାଇଲା କି ପୋଲିସ ର ଅପୋରେସନ ଅଗ୍ନି..!

ବାଣ କଟକଣା ଉପରେ ସରକାର କିମ୍ବା ପ୍ରଶାସନ ର ଦମ ନାହିଁ….!

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ କାଗଜ କଲମରେ ସବୁଜ ବାଣ ବିକ୍ରି ଓ ଫୁଟେଇବା ସୀମିତ ରହିଛି। ଏହି ସବୁ ନିୟମ ଏବେ ବାଣ ବିକ୍ରି ଓ ଫୁଟେଇବା ଉପରେ ରହିଛି। କିନ୍ତୁ CSIR NEERI ଓ PESO ସାର୍ଟିଫାଏ ବାଣ ହେଉଛି, ସବୁଜ ବାଣ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରିବେଶ ଅନୁକୂଳ ଓ ସବୁଜ ବାଣ ଫୁଟେଇ ବା ଉପରେ ଗୁରତ୍ୱ ଦେଉଛନ୍ତି।ଅଧିକାଂଶ କରି ଏହି ନିୟମର ଖୁଲାମ ଖୁଲା ଉଲ୍ଲଘଂନ କରାଯାଉଛି।ବେରିୟମ, ବେରିୟମ ନାଇଟ୍ରେଟ, ଆରସେନିକ ଉପାଦାନ ଥିବା ବାଣ ବିକ୍ରି ହେଉଛି।ବାଣ ଦୋକାନୀ ମାନେ ଖୁଲାମ ଖୁଲା ଏହି ସବୁ ରାସାୟନିକ ଦ୍ରବ୍ୟ ବାଣ ବିକ୍ରି କରୁଛନ୍ତି। ପୋଲିସ ପ୍ରଶାସନ ନଜର ରଖି ପାରୁନାହିଁ। ଅଧିକାଂଶ ପ୍ରଶାସନିକ ଅଧିକାରୀଙ୍କ ପାଖରେ ଏହି ସବୁ ରାସାୟନିକ ଦ୍ରବ୍ୟର ଅଭିଜ୍ଞତା ନଥିବା ଆଲୋଚନା ହେଉଛି। ଏହି ସବୁ ନିୟମ ପାଳନ କରିବା କେବଳ କାଗଜ କଲମ ରେ ସୀମିତ ରହିଛି। ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଛତୁ ଫୁଟିଲା ଭଳି ବାଣ ଦୋକାନ ଖୋଲା ହୋଇଛି। କେତେ ଅଧିକାରୀଙ୍କୁ ଏହି ନିୟମ ସମ୍ପର୍କରେ ଅଭିଜ୍ଞତା ଅଛି ଏବଂ କେତେ ଦୋକାନୀ ମାନଙ୍କ ସବୁବାଣ ଥିବା ଯାଞ୍ଜ କରାଯାଇଛି। ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ସରକାର ଙ୍କ ପକ୍ଷରୁ ସବୁ ଆଇନ ନିୟମ ଧାର୍ଯ୍ୟ କରାଯାଉଛି। ଯେତେବେଳେ କାର୍ଯ୍ୟ କରାଯାଉଛି ଠିକ ସମୟ ଆସିଲେ ସବୁ ନିୟମ ଫୁ…..l ଗୋଟିଏ ପଟେ ଅଦାଲତ ବାଣ କୁ ନେଇ କଟକଣା ର ନିର୍ଦେଶ ଏବଂ ପୋଲିସ ର ଅପରେସନ ଅଗ୍ନି ସବୁ କିଛି ଏବେ କୋମାରେ କାରଣ ଏହି ଡବଲ ଇଞ୍ଜିନ ସରକାର ରେ କୌଣସି ନିୟମ ସୁଚାରୁ ରୂପେ ପାଳିତ ହେଉନାହିଁ l ବାଣ ବେପାରୀ ମାନେ ବାଣ ବିକିବାକୁ ଥିବା ନିୟମ ଏବଂ ଲାଇସେନ୍ସ ଗଳା ବାଟ ଦେଇ ଅତି ସହଜରେ ହାସଲ କରି ଥାନ୍ତି ଜିଲ୍ଲା ପ୍ରଶାସନ ରେ ସବୁ ମାଫିଆ ମାନଙ୍କ ସର୍ଦାର ଜଣେ କିରାଣୀ ଅଛନ୍ତି ଯିଏ କି ସବୁ ମାଫିଆ ଙ୍କ ଭଗବାନ l ତେଣୁ ପୋଲିସ ବି ନାଚାର l

ad-week
Leave A Reply

Your email address will not be published.