
ମାଲକାନଗରି : ଆଜି ମାଲକାନଗିରିର ଭାରତୀୟ ଜନତା ପାର୍ଟି (ଭାଜପା) କାର୍ଯ୍ୟାଳୟରେ ଏକ ଐତିହାସିକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବିଜେଡି ଓ କଂଗ୍ରେସର ବହୁ କାର୍ଯ୍ୟକର୍ତ୍ତା ଆଜି ଏଠାରେ ମିଶିଛନ୍ତି, ଯାହା ସ୍ଥାନୀୟ ରାଜନୈତିକ କ୍ଷେତ୍ରରେ ଏକ ନୂତନ ପରିବର୍ତ୍ତନର ଆଗମନ ସୂଚାଇଛି। ଏହି କାର୍ଯ୍ୟକର୍ତ୍ତାମାନେ ତାଣ୍ଡାବାଇ, ମାଲଭାରମ, ପୁସୁଗୁଡା ଓ ମହାରାଜପାଲ୍ଲୀ ଗ୍ରାମ ପଞ୍ଚାୟତରୁ ଆସିଛନ୍ତି, ଯାହା ସ୍ଥାନୀୟ ସ୍ତରରେ ଏକତା ଓ ସମବାୟର ପ୍ରତୀକ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ, ଦୂରଦର୍ଶିତା ଓ ଦେଶବାସୀଙ୍କ ପାଇଁ କରାଯାଉଥିବା ବିକାଶକାର୍ଯ୍ୟ ଦ୍ୱାରା ପ୍ରଭାବିତ ହୋଇ ସେମାନେ ଏହି ମିଶ୍ରଣ ପର୍ବରେ ଯୋଗଦାନ କରିଛନ୍ତି। ଏହି ମିଶ୍ରଣ ପର୍ବ ମାଲକାନଗିରିର ବିକାଶ, ସାମାଜିକ ଉନ୍ନତି ଓ ଜନସାଧାରଣଙ୍କ କଲ୍ୟାଣ ପାଇଁ ଏକ ନୂତନ ଆଶାର ରେଖା ଦେଖାଇଛି। ମଞ୍ଚରେ ଉପସ୍ଥିତ ଥିବା ବିଶିଷ୍ଟ ବ୍ୟକ୍ତିଗଣ ମଧ୍ୟରେ ଭାଜପା ଜିଲ୍ଲା ସଭାପତି ଶ୍ରୀ ଅଶୋକ କୁମାର ପରିଡ଼ା, ମାଲକାନଗିରି ବିଧାୟକ ଶ୍ରୀ ନରସିଂହ ମାଡ଼କାମି,ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ନିମାଇ ଚନ୍ଦ୍ର ପାଲ, ବାଲିମେଳା ନଗର ପାଳ ଶ୍ରୀ ପ୍ରଦୀପ ନାୟକ ଏବଂ କାର୍ଯ୍ୟ କ୍ରମରେ ଉପସ୍ଥିତ ଥିଲେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ମାଣିକ ଲାଲ ଚକ୍ରବର୍ତ୍ତୀ, ଉପ ସଭାପତି ଶ୍ରୀ ସମୀର ମିସ୍ତ୍ରୀ, ଜିଲ୍ଲା ବିଧାୟକ ପ୍ରତିନିଧି ଶ୍ରୀ ନିହାର ରାୟ ଏବଂ ମାଲଭାରମ ମଣ୍ଡଳ ସଭାପତି ଶ୍ରୀ ଜୟନ୍ତ ମଜୁମଦାର,କ୍ରିଷ୍ଣା , ରାଜୁ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ସେମାନେ ନୂତନ କାର୍ମୀଙ୍କୁ ସ୍ୱାଗତ କରିଥିଲେ ଓ ଭବିଷ୍ୟତରେ ମାଲକାନଗିରିର ସଂପୁର୍ଣ୍ଣ ବିକାଶ ପାଇଁ କାର୍ଯ୍ୟକ୍ରମ ଆଲୋଚନା କରିଥିଲେ। ମିଶ୍ରଣ ପର୍ବରେ ସାମିଲ ହୋଇଥିବା କାର୍ଯକର୍ତା ମାନେ ହେଲେ ସୂଜୟ ତଫାଦାର , ବଗେନ୍ଦ୍ର ବନ୍ଦାମ ତାଣ୍ଡାବାଇ , ଦିଲିପ ସଞ୍ଜାମ ,ମହେଶ୍ ଜୟମ ,କାନା ସଞ୍ଜାମ, ସିଂହା ସାଲବାମ , ଏନକେତେର୍ହ କାନାମ ପୁସୁଗୁଡା, କୁନା ରାମ, ମାଲଭାରମ, ସୁଭା ମାର୍କୋ ଭଲି ଅନେକ ଗ୍ରାମ ପଞ୍ଚାୟତର କର୍ମୀ ଦେଶର ପ୍ରିୟ ପ୍ରଧାନ ମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଭାଜପା ଦଲରେ ସାମିଲ ହୋଇଛନ୍ତି ।