ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ ।

add-all

ମାଲକାନଗିରି :ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କାଲିମେଳା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅଂତ୍ୟୋଦୟ ଗୃହ ଯୋଜନାରେ ନୂତନ ଗୃହ ମଞ୍ଜୁର ହୋଇଥିବା ସମସ୍ତ ହିତାଧିକାରୀଙ୍କ ଗୃହ ନିର୍ମାଣ ନିମନ୍ତେ ପ୍ରଥମ କିସ୍ତି ୪୦,୦୦୦ ଅର୍ଥ ରାଶି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର କର , ଜିପିଡିଓ ଜଗନ୍ନାଥ ମଣ୍ଡଳ , ବିପିସି ବିଶ୍ୱଜିତ୍ ସ୍ୱର୍ଣକାର , ପିଇଓ ଦେବେନ୍ଦ୍ର ନାଥ ନାୟକ,କାଲିମେଳା, ତେଲେରାଇ ଓ ଗମ୍ଫାକୋଣ୍ଡା ସରପଞ୍ଚ ସମେତ ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯକ୍ରମରେ କାଲିମେଳା ବ୍ଲକ ଅନ୍ତର୍ଗତ ତେଲେରାଇ ଓ ଗମ୍ଫାକୋଣ୍ଡା ପଞ୍ଚାୟତର ନୂତନ ଗୃହ ଭିତ୍ତିପ୍ରସ୍ତର ସହ କାଲିମେଳା ବ୍ଲକରେ ଥିବା ୨୩ ଗୋଟି ଗ୍ରାମ ପଞ୍ଚାୟତର ସର୍ବ ମୋଟ ୨୪୭ ଟି ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୧୭୦ ଜଣଙ୍କୁ ପ୍ରଥମ କିସ୍ତି ଅର୍ଥ ରାଶି ୪୦,୦୦୦ ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି ।

ad-week
Leave A Reply

Your email address will not be published.