ସାପ କାମୁଡ଼ାରେ ଭଉଣୀ ମୃତ, ଭାଇ ଗୁରୁତର

add-all

ହରଭଙ୍ଗା : ସାପ କାମୁଡ଼ାରେ ଭଉଣୀ ମୃତ, ଭାଇ ଗୁରୁତର । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଡମକୁଜ ଗାଁରେ ଦୁଃଖଦ ଘଟଣା ଘଟିଛି। ଗତକାଲି ରାତିରେ ଉଭୟ ଭାଇ-ଭଉଣୀ ଘରେ ଶୋଇଥିବାବେଳେ ଏକ ବିଷାକ୍ତ ଚିତି ସାପ ତାଙ୍କୁ କାମୁଡିଥିଲା। ଫଳରେ ଘଟଣା ସ୍ଥଳରେ ଉଭଣୀର ମୃତ୍ୟୁ ଘଟିଥିଲା। ମୃତକ ସ୍ଵଗତଃ ହରିହର ପୋଢଙ୍କ ଝିଅ ଦେବକୀ ପୋଢ ବୋଲି ଜଣାପଡିଛି। ସେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ଜଣାପଡିଛି। ଭାଇ ପ୍ରଥମ ଶ୍ରେଣୀରେ ପଢୁଥିବା ପ୍ରହଲ୍ଲାଦ ପୋଢ଼ (୫ ବର୍ଷ) କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.