ଦୀପାବଳି ପାଇଁ ସମସ୍ୟାରେ ଫସିଛନ୍ତି ଇଟାଲୀରୁ ଦିଲ୍ଲୀ ଫେରୁଥିବା ଯାତ୍ରୀ, ଏୟାର ଇଣ୍ଡିଆ ବିମାନ ବାତିଲ

youtube

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ବିମାନ ଯାତ୍ରୀଙ୍କୁ ବଡ଼ ଝଟକା । ଫଳରେ ସମସ୍ୟାରେ ଫସିଛନ୍ତି ଅନେକ ଯାତ୍ରୀ । ଇଟାଲୀ ମିଲାନରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ଶୁକ୍ରବାର ବାତିଲ କରାଯାଇଛି । ଦୀପାବଳି ଯୋଗୁଁ ଅନେକ ଯାତ୍ରୀ ହଇରାଣ ହୋଇଛନ୍ତି ।

ଏୟାର ଇଣ୍ଡିଆ ବିମାନ ନମ୍ବର ଏଆଇ-୧୩୮ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବାତିଲ କରାଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ବିମାନଟି ଇଟାଲୀରୁ ଦିଲ୍ଲୀ ଆସିବାକୁ ରହିଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଉଡ଼ାଣକୁ ବାତିଲ କରାଯାଇଥିଲା । ଏଥିରେ ଏୟାର ଇଣ୍ଡିଆ ଫ୍ଲାଇଟ୍ କୁ ଯାତ୍ରୀ ଓ ଚାଳକଦଳ ସଦସ୍ୟଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ବିମାନକୁ ବାତିଲ କରାଯାଇଥିବା କୁହାଯାଇଛି । ବିମାନରେ ଦେଖା ଦେଇଥିବା ଟେକ୍ନିକାଲ ସମସ୍ୟାକୁ ଦୂର କରିବା ପାଇଁ ସମୟ ଦରକାର ଥିଲା।

ଏ ନେଇ ଏୟାର ଇଣ୍ଡିଆ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ସବୁ ଯାତ୍ରୀଙ୍କୁ ହୋଟେଲରେ ରଖିବାର ବ୍ୟବସ୍ଥା କରାଯାଇଛି । ଏହି ବିମାନରେ ୨୫୬ ଯାତ୍ରୀ ଓ ୧୦ କ୍ରୁମେମ୍ବର ଯାତ୍ରା କରିବାର ଥିଲା । ସେମାନେ ଏବେ ନୂଆ ଉଡାଣକୁ ଅପେକ୍ଷା କରିଛନ୍ତି ।

ଏୟାର ଇଣ୍ଡିଆ ଅନୁସାରେ ସବୁ ଯାତ୍ରୀଙ୍କୁ ୨୦ ଅକ୍ଟୋବର ଓ ଏହାର ପରବର୍ତ୍ତୀ ଫ୍ଲାଇଟ୍ ପାଇଁ ବୁକ୍ କରାଯାଇଛି । ଏୟାର ଲାଇନ୍ସ ପକ୍ଷରୁ ସବୁ ଯାତ୍ରୀଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.