
ଅନୁଗୁଳ : ବାଣ ଫୁଟି ପୁଅ ମୃତ, ବାପା ଗୁରୁତର । ଅନୁଗୁଳ ଜିଲ୍ଲା ସମଲ ଥାନା ସିପୁର ଗାଁରେ ଏହି ଅଘଟଣ ଘଟିଛି । ମୃତ ପୁଅ ସରୋଜ ପ୍ରଧାନ, ଗୁରୁତର ବାପା ପ୍ରମୋଦ ପ୍ରଧାନ । ପ୍ରମୋଦଙ୍କ ହାତ ଛିଣ୍ଡି ଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସରୋଜ ଓ ତାଙ୍କ ଭାଇଙ୍କ ମଧ୍ୟରେ କଳହ ଲାଗୁଥିବାବେଳେ ସରୋଜ ଦେଶୀ ବାଣକୁ ହାତରେ ଧରି ଡରାଉଥିଲେ । ଏହି ସମୟରେ ସରୋଜଙ୍କ ହାତରେ ବାଣ ଫୁଟିଯାଇଥିଲା । ବାଣ ଛଡାଇବାକୁ ଯାଇ ପ୍ରମୋଦ ଗୁରୁତର ଆହତ ହୋଇଛନ୍ତି ।