ନିଶାମୁକ୍ତି କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର

youtube

କଟକ : ନିଶାମୁକ୍ତି କେନ୍ଦ୍ରରେ ମୃତ୍ୟୁ । କଟକ ସଦର ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଉତ୍ତମାପୁର ଅଞ୍ଚଳରେ ରହିଥିବା ନିଶା ମୁକ୍ତି କେନ୍ଦ୍ରରେ ଏହି ଅଘଟଣ ଘଟିଛି ।  ମୃତ ଯୁବକ ସୌମ୍ୟରଞ୍ଜନ ଦାସ । ତାଙ୍କ ଘର ଜଟଣୀ ଅଞ୍ଚଳରେ। ସେ ଇଞ୍ଜିନିୟରିଂ ପାଠ ଶେଷ କରିବା ପରେ ମୁମ୍ବାଇରେ ଚାକିରୀ କରୁଥିଲେ । ଡିପ୍ରେସନରେ ରହୁଥିବାରୁ ତାଙ୍କୁ ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ୩ ମାସରୁ ଅଧିକ ସମୟ ଧରି ସେ ଏଠାରେ ରହୁଥିଲେ ।

ତେବେ ତାଙ୍କୁ ହତ୍ୟା କରାଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି ।  ନିଶାମୁକ୍ତି କେନ୍ଦ୍ରରେ କାହିଁକି ସିସିଟିଭି କାମ କରୁନଥିଲା ସେନେଇ ତଦନ୍ତ ଦାବି କରିଛନ୍ତି ।  ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ନିଶାମୁକ୍ତି କେନ୍ଦ୍ରର ୪ ଜଣଙ୍କୁ ନେଇ ପଚରାଉଚରା ଚାଲିଛି ।

Leave A Reply

Your email address will not be published.