ଦୀପାବଳିରେ ଟ୍ବିନସିଟିରେ ବାଣ ଫୁଟି ୧୦୦ରୁ ଅଧିକ ଆହତ

youtube

କଟକ : ଦୀପାବଳିରେ ବିଭିନ୍ନ ସ୍ଥାନରେ ଅଘଟଣ। ଟ୍ବିନସିଟିରେ ବାଣ ଫୁଟି ୧୦୦ରୁ ଅଧିକ ଆହତ । ୭ରୁ ୯ ବାଣ ଫୁଟା କଟକଣାକୁ ଫୁ କରି କରିଦେଲେ ଲୋକେ । ଟ୍ବିନସିଟିରେ ବିଳମ୍ବିତ ରାତି ଯାଏ ଚାଲିଲା ଢୋ ଢା । ଧୂଆଁମୟ ହୋଇଗଲା ସାରା ସହର । ସହରର ରାସ୍ତା ଘାଟ ଗଳିକନ୍ଦିରେ ବାରୁଦ ଗନ୍ଧ ଭର୍ତ୍ତି । ରାସ୍ତା ସାରା କାଗଜ ଟୁକୁଡ଼ା । ଦୀପାବଳି ବାଣ ଫୁଟା ପାଇଁ କଟକ ସହରରେ ବେଶ ବୃଦ୍ଧି ପାଇଛି ପ୍ରଦୂଷଣ । ସନ୍ଧ୍ୟା ୭ଟା ରୁ ରାତି ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ନିୟମାବଳୀ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ସହରରେ ଅନେକ ମାତ୍ରାରେ ଏହାର ଉଲ୍ଲଘଂନ ଦେଖିବାକୁ ମିଳିଥିଲା ।

ରାସ୍ତା ମଝିରେ ପ୍ରଚଣ୍ଡ ଶବ୍ଦ ପ୍ରଦୂଷଣ କଲା ଭଳି ବାଣ ଫୁଟା ଯାଇଛି । ଫଳରେ ବିପଦ ଆଣିଛି ବାଣ ଫୁଟା । କଟକ ସହର ଏବଂ ଆଖପାଖ ଅଞ୍ଚଳରୁ ଗତକାଲି ସନ୍ଧ୍ୟା ପର ଠାରୁ ଏସସିବିରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ଅନେକ ଆହତ ବ୍ୟକ୍ତି । ଏସସିବି ଆଶୁ ଚିକିତ୍ସା ଓ ଦୁର୍ଘଟଣା ଜନିତ ଚିକିତ୍ସା କେନ୍ଦ୍ରରେ ୯୦ ରୁ ଉର୍ଦ୍ଧ୍ବ ଆହତ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫ରୁ ଉର୍ଦ୍ଧ୍ବ ଗୁରୁତର ଅଛନ୍ତି ।

Leave A Reply

Your email address will not be published.