ଛାରଖାର ହେଉଛି ନୟାଗଡ଼ ବନଖଣ୍ଡ: ବନାଞ୍ଚଳ ଅଧିକାରୀଙ୍କ ଜଙ୍ଗଲରେ ପାଦ ପଡୁନି

youtube

ନୟାଗଡ଼ : ନୟାଗଡ଼ ବନଖଣ୍ଡରେ ଦିନକୁ ଦିନ ଅସୁରକ୍ଷିତ ହେଉଛନ୍ତି ବନ୍ୟଜନ୍ତୁ ଏବଂ ବୃକ୍ଷଲତା ।ଜଙ୍ଗଲ ସୁରକ୍ଷା ପ୍ରହସନ ରେ ପରିଣତ ହୋଇଛି।ବିଭିନ୍ନ ବନାଞ୍ଚଳ ଅଧିକାରୀ ଅଫିସରେ ବସି କାଗଜ ଚାଷରେ ବ୍ୟସ୍ତ ରହି ଜଙ୍ଗଲରେ ପାଦ ପକାଉନାହାନ୍ତି ।ନୟାଗଡ଼ ବନଖଣ୍ଡ ଅଧିନରେ ନୟାଗଡ଼, ଗଣିଆ, ମହିପୁର, ଦଶପଲ୍ଲା, ପଞ୍ଚିରିଡା, ଓ ଓଡ଼ଗାଁ ବନାଞ୍ଚଳ ରହିଛି ।ଏହି ବନାଞ୍ଚଳ ଗୁଡିକରେ ଜଙ୍ଗଲ ମାଫିଆଙ୍କ ଲୋଲୁପ ଦୃଷ୍ଟି ଜଙ୍ଗଲ ଉପରେ ରହୁଛି। ବିଭିନ୍ନ ବନାଞ୍ଚଳର ବନରକ୍ଷୀ ମାନେ ନିଜ ବିଟ ହାଉସ ରେ ରହୁନଥିବା ବେଳେ ସେକେସନ୍ ଗୁଡ଼ିକ ମଧ୍ୟ ଖାଲି ରହୁଛି। ପ୍ରୋଟେକ୍ସସନ ସ୍କ୍ୱାର୍ଡ ଓ ୱାଚର୍ ଙ୍କ ଉପରେ ଜଙ୍ଗଲର ଦାୟିତ୍ଵ ଦେଇ ବନରକ୍ଷୀ ଓ ବନପାଳ ସହରରେ ରହି ନିଜ ସୁବିଧାକୁ ପ୍ରାଧାନ୍ୟ ଦେଉଛନ୍ତି। ନୟାଗଡ଼ ବନଖଣ୍ଡ ର ୯୦ ପ୍ରତିଶତ ସେକସନ୍ ଖାଲି ରହୁଥିବା ବେଳେ ଅନେକ ବନରକ୍ଷୀ ଏକାଧିକ ବିଟ ଦାୟିତ୍ୱରେ ରହୁଥିବା କାରଣକୁ ଆଳ ଦେଖାଇ ସହରରେ ଅବସ୍ଥାନ କରୁଛନ୍ତି । ନୟାଗଡ଼ ବନଖଣ୍ଡର ସମସ୍ତ ୭ ଟି ବନାଞ୍ଚଳର କାର୍ଯ୍ୟରତ ବନାଧିକାରୀ ମାନେ ଆଜି ପର୍ଯ୍ୟନ୍ତ ନିଜ ଦାୟିତ୍ୱରେ ଥିବା ସମ୍ପୂର୍ଣ୍ଣ ଜଙ୍ଗଲ ଦେଖିନଥିବା ଆଲୋଚନା ହେଉଛି ।କେବଳ କାଗଜ ଚାଷ ମାଧ୍ୟମରେ ସରକାରୀ ଅର୍ଥକୁ ଅପବ୍ୟୟ କରିବାରେ କେତେକ ବନାଧିକାରୀ ବ୍ୟସ୍ତ ଥିବା ବେଳେ ଜଙ୍ଗଲ ସୁରକ୍ଷା ପ୍ରତି ଆଦୌ ଦୃଷ୍ଟି ଦିଆଯାଉନାହିଁ।ନୟାଗଡ଼ ବନାଞ୍ଚଳ ଏହି କାରଣରୁ ଅଧିକ କ୍ଷତିଗ୍ରସ୍ତ ହେଉଛି ବୋଲି ଜଣାପଡିଛି ।ନୟାଗଡ଼, ପଞ୍ଚରିଡା, ମହୀପୁର, ଓଡ଼ଗାଁ ବନାଞ୍ଚଳ ରୁ ପ୍ରତ୍ୟେକ ଦିନ ଜଙ୍ଗଲ ଲୁଟ କରି ବାହାରକୁ ଚାଲାଣ ହେଉଥିବା ବେଳେ ଜଙ୍ଗଲରୁ ଅନେକ ଜୀବଜନ୍ତୁଙ୍କ ଅବାଧରେ ଶିକାର କରି ଜଙ୍ଗଲି ମାଂସ ବଜାରରେ ବିକ୍ରି ହେଉଛି ।ସାଇକେଲ, ହଳ ବଳଦ ଦ୍ଵାରା ବଡ଼ ବଡ଼ କାଠ ମାଫିଆ ମାନେ ପ୍ରତ୍ୟେକ ଦିନ ଜଙ୍ଗଲ ଲୁଟ ରେ ବ୍ୟସ୍ତ ଥିବା ବେଳେ ବନ ବିଭାଗ ନୀରବଦ୍ରଷ୍ଟା ସଜିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।କେତେକ ସ୍ଥାନରେ ବନବିଭାଗ ଦ୍ଵାରା ଜବତ ହେଉଥିବା କାଠ ଓ ଜଙ୍ଗଲଜାତ ଦ୍ରବ୍ୟ ବିଭିନ୍ନ କୋହଳ ନୀତି ଦ୍ଵାରା ଅଭିଯୁକ୍ତ ଙ୍କୁ ଖସାଇ ଦିଆଯାଉଛି । ଫଳରେ ଏହି ଜଙ୍ଗଲ ମାଫିଆ ମାନେ ବିଫିକର ଭାବେ ଜଙ୍ଗଲ ଲୁଟ କରୁଛନ୍ତି । ନୟାଗଡ଼ ଜିଲ୍ଲାର ସାପୁଆ ସଂରକ୍ଷିତ ଜଙ୍ଗଲ, ମହିପୁର୍ ଶାଳ ଜଙ୍ଗଲ, ହାତୀମୁଣ୍ଡା ଜଙ୍ଗଲ, ବଳରାମ ପାହାଡ଼, ଗୋଛା ସଂରକ୍ଷିତ ଜଙ୍ଗଲ, ଗୟଳ ସିଂ ଜଙ୍ଗଲରୁ ନିୟମିତ ଜଙ୍ଗଲ ଲୁଟ ହେଉଛି ।ଜିଲ୍ଲା ବାହାରକୁ କାଠ ଓ ଜଙ୍ଗଲ ଜାତ ଦ୍ରବ୍ୟ ନିୟମିତ ଚାଲାଣ ହେଉଥିବା ବେଳେ ବନ କର୍ମଚାରୀ ଏସବୁ ଜାଣି ନୀରବଦ୍ରଷ୍ଟା ସାଜିଛନ୍ତି।ନୟାଗଡ଼ ବନଖଣ୍ଡ ଅଧିକାରୀ ଏସବୁ ଦିଗରେ କେବେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା

Leave A Reply

Your email address will not be published.