
ଅନୁଗୁଳ : ଯାହାର ହାତ ଧରିଥିଲା ତାର ଜୀବନ ନେଇଗଲା । ପାରିବାରିକ କଳହର କରୁଣ ପରିଣତି । ଅନୁଗୁଳ ଥାନା ତୁରଙ୍ଗ ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ବାମୀ ହାତରେ ଗଲା ସ୍ତ୍ରୀର ଜୀବନ । ମୃତକ ହେଲେ ମିନାକ୍ଷୀ ସାହୁ । ସିଦ୍ଧାନ୍ତ ସାହୁ ଓ ମିନାକ୍ଷୀ ଭଞ୍ଜ ପ୍ରେମ ବିବାହ କରିଥିଲେ । ବିବାହ ପରେ ଉଭୟଙ୍କ ମଧ୍ୟରେ କଳହ ଲାଗିରହୁଥିଲା ।
ଗତକାଲି କୌଣସି କାରଣକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ଲାଗିରହିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ବାମୀ ସିଦ୍ଧାନ୍ତ ମିନାକ୍ଷୀଙ୍କୁ ହତ୍ୟା କରି ଫେରାର ହୋଇଯାଇଛି । ତାଙ୍କ ଦେହରେ ଅନେକ ଦାଗ ରହିଛି। ଅନୁଗୁଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।