
ସମ୍ବଲପୁର : ଚାକିରି ଦେବା ନାଁରେ ଠକେଇ । ଅଭିଯୁକ୍ତଙ୍କ ନିକଟରୁ ୬୨ ଲକ୍ଷ ଟଙ୍କା ଜବତ କଲା ବୁର୍ଲା ପୋଲିସ । ଟଙ୍କା ନେଇ ଚାକିରି ଦେବା ଅଭିଯୋଗରେ ଦୁଇ ଗିରଫ l ଗିରଫ ଅଭିଯୁକ୍ତମାନେ ଲୋକଙ୍କ ଭରସା ଜିତି ସଫେଇ କର୍ମୀ ଭାବେ କାର୍ଯ୍ଯ ଦେବା ପାଇଁ ପାଖାପାଖି ୨ କୋଟି ଟଙ୍କ ଠକି ନେଇଥିବା ସମ୍ବଲପୁର ଏସପି ମୁକେଶ ଭାମୁ କହିଛନ୍ତି ।
ଏମାନେ ବରଗଡ, ସମ୍ବଲପୁର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ନିଜର ନେଟଓ୍ବର୍କ ଚଲାଇଥିବା ଏସପି କହିଛନ୍ତି । ଜଣଙ୍କୁ ଚାକିରି ଦେବା ପାଇଁ ୧୨ ହଜାର ଟଙ୍କା ଲେଖାଏ ଏମାନେ ନେଉଥିବା ଏସପି କହିଛନ୍ତି । ଅଭିଯୋଗ ଆଧାରରେ ରାହୁଲ ରାଏ ଓ ପଦ୍ମାଲୟା ତାଣ୍ଡି ନାମକ ୨ଜଣଙ୍କୁ ଗିରଫ କରିଛି ବୁର୍ଲା ପୋଲିସ । RMAX – PVT LTD ନାଁରେ ଗୋଟିଏ ମିଛ କମ୍ପାନୀ ମଧ୍ଯ ଖୋଲିଥିବା ଏସପି କହିଛନ୍ତି । ପ୍ରାୟ ୨ କୋଟି ଟଙ୍କା ଠକେଇ ହୋଇଛି l ଏହି ଠକାମୀରେ ୪ଟି ଜ଼ିଲ୍ଲାର ୧୮୦୦ରୁ ଅଧିକ ଲୋକ ରହିଛନ୍ତି l