
ଭୁବନେଶ୍ୱର : ଢେଙ୍କାନାଳରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ । 30 ଲକ୍ଷ ଟନର ଆଲୁମିନିୟମ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଏକ ମାସରେ ଜମି ମିଳିବ । ଜମି ମିଳିଲେ 3 ରୁ 4 ମାସ ଭିତରେ କାମ ଆରମ୍ଭ ହେବ । 30 ରୁ 40 ହଜାର ଲୋକ କାମ ପାଇବେ । ପ୍ରକଳ୍ପ କାମ 3ରୁ ସାଢେ 3 ବର୍ଷ ଲାଗିବ। ମୁଖ୍ୟମନ୍ତ୍ରୀ କହିଲେ ମାସକ ଭିତରେ ଜମି ଦେବେ ଏବଂ ସମସ୍ତ କ୍ଲିଅରାନ୍ସ ମଧ୍ୟ ହୋଇଯିବ । ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି କଳାହାଣ୍ଡି ନିୟମଗିରି ଜଣାଶୁଣାଣି ଖୁଵଶୀଘ୍ର କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷତ ଆଲୋଚନା ବେଳେ ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ସହ ବେଦାନ୍ତର ଅଧିକାରୀ ମାନେ ଉପସ୍ଥିତ ଥିଲେ ।