
ସଞ୍ଜ ନଇଁଲେ ଶିକ୍ଷାନୁଷ୍ଠାନ ମଦ୍ୟପ ମାନଙ୍କ ଆଡ୍ଡା ସ୍ଥଳୀ ପାଲଟି ଯାଉଛି….!
ଷଷ୍ଠ ଶ୍ରେଣୀ ଛାତ୍ର କୁ ଅଷ୍ଟମ ଶ୍ରେଣୀ ଛାତ୍ର ମିଶି ବିଦ୍ୟାଳୟ ପରିସର ରେ ମଦ ପିଆଇ ଦେଲେ….!
ବ୍ରହ୍ମପୁର : ଆସିକା ବ୍ଳକ ଇଲାକାରେ ଶିକ୍ଷା ବ୍ୟବସ୍ଥା ର ବିକଳ ଚିତ୍ର ଦେଖିବାକୁ ମିଳୁଛି। ସୁରଭି ଆୟୋଜନ ନାରେ ବିଦ୍ୟାଳୟ କୁ ସମ୍ପୁର୍ଣ୍ଣ ଭାବେ ଶିକ୍ଷକ ବିହୀନ କରି ଦିଆଯାଉଛି। ଏହାର ପ୍ରଭାବ ପଢ଼ୁଥିବା ଛାତ୍ର ଛାତ୍ରୀ ଙ୍କ ଉପରେ ପଡୁଛି। ଶୁକ୍ରବାର ଦିନ ଆସିକା ବ୍ଳକ ଅନ୍ତର୍ଗତ ପୁଡୁଗେଶ୍ୱର ପଲ୍ଲୀ ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଜବରଦସ୍ତ ମଦ ପିଆଇବାରୁ ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ଗୁରୁତର ହୋଇ ଆସିକା ଉପଖଣ୍ଡ ଡାକ୍ତରଖାନା ରେ ଭର୍ତ୍ତି ହୋଇଥିଲେ। ସେଠାରେ ଦୀର୍ଘ ପାଞ୍ଚ ଘଣ୍ଟା ରୁ ଅଧିକ ସମୟ ଧରି ତାର ଚିକିତ୍ସା ଆଶୁତୋଷ କୁ ଔଷଧ ଦ୍ୱାରା ବାନ୍ତି କରାଯାଇଛି। ସନ୍ଧ୍ୟାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବରାମ ବେହେରା ଡାକ୍ତରଖାନା ରେ ପହଞ୍ଚି ଅସୁସ୍ଥ ଛାତ୍ରର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ଡ଼ାକ୍ତର ଙ୍କ ସହିତ ଅସୁସ୍ଥ ଛାତ୍ରର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ବୁଝିଛନ୍ତି।ପୁଡୁଗେଶ୍ୱର ପଲ୍ଲୀ ସ୍ଥିତ ଏହି ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆଠ ଟି ଶ୍ରେଣୀ ରେ ଛାତ୍ର ଛାତ୍ରୀ ଙ୍କ ପାଠ ପଢା ଛାଡି ପାଞ୍ଚ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ରୁ ତିନି ଜଣ ସୁରଭି କାର୍ଯ୍ୟକ୍ରମ କୁ ଯାଇଥିବା ବେଳେ ଅଷ୍ଟମ ଶ୍ରେଣୀ ର ତିନି ଜଣ ଛାତ୍ର ଜବରଦସ୍ତ ଆଶୁତୋଷ ର ହାତ ଗୋଡ଼ ଭିଡି ଆଖି ବନ୍ଦ କରି ମାଡି ବସି ମଦ ପିଆଇ ଥିଲେ ଅଭିଯୋଗ ହୋଇଛି।ଛାତ୍ର ଗୁରୁତର ହେବାରୁ ବିଦ୍ୟାଳୟ ର ଶିକ୍ଷକ ତାର ବାପାଙ୍କୁ ଅବଗତ କରିଥିଲେ। ପିତା ବିଦ୍ୟାଳୟ ରେ ପହଞ୍ଚି ଅସୁସ୍ଥ ଛାତ୍ର କୁ ସ୍ଥାନୀୟ ଲୋକଙ୍କ ସହାୟତା ରେ ମେଡ଼ିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି।ଏହି ଘଟଣା ର ନିରପେକ୍ଷ ତଦନ୍ତ ହେବା ସହିତ ବିଦ୍ୟାଳୟ ର ପରିବେଶ କୁ ସଜାଡ଼ିବା ପାଇଁ ସେ କହିଛନ୍ତି। ବର୍ତ୍ତମାନ ପରିସ୍ଥିତି ରେ ବିଦ୍ୟାଳୟ ମଧ୍ୟକୁ ମଦ କେଉଁଠାରୁ ଆସିଲା ବିଦ୍ୟାଳୟ ର ପରିବେଶ କେଉଁ ଭଳି ରହିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକାଶ ଥାଉକି ଆସିକା ତଥା ଏହାର ଆଖ ପାଖ ଅଞ୍ଚଳରେ ଅଧିକାଂଶ ଶିକ୍ଷାନୁଷ୍ଠାନ ଗୁଡିକରେ ବିଦ୍ୟାଳୟରେ ପାଚେରୀ ନାହିଁ। ସଞ୍ଜ ନଇଁଲେ ଗଞ୍ଜୁଡୁ ଓ ମଦ୍ୟପ ମାନଙ୍କ ଆସର ଜମୁଛି। ତାହାର ନଗ୍ନ ନମୁନା ଆସିକା ପୁଡ଼ୁଗେଶ୍ୱର ପଲ୍ଲୀ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ରେ ଦେଖିବାକୁ ମିଳିଛି। ସହପାଠୀ ମାନେ ମେଳି ବାନ୍ଧି ଅନ୍ୟ ଜଣେ ଛାତ୍ରକୁ ସ୍କୁଲ ପରିସରରେ ପଡ଼ିଥିବା ମଦ ପ୍ୟାକେଟ ପିଆଇବା ଘଟଣା ଆସିକା ଅଞ୍ଚଳ ରେ ଚଞ୍ଚଲ୍ୟ ସୃଷ୍ଟି କରିଛି।