ଜିଲ୍ଲା କିନ୍ନର ସଂଘର ମହାନତା: କାଳୀପୂଜା ପାଇଁ ଆର୍ଥିକ ସହାୟତା ପ୍ରଦାନ

add-all

ଉମରକୋଟ, ତା ୨୫/୧୦: ଆଜିର ଏହି ସ୍ୱାର୍ଥପର ସମାଜରେ ଯେତେବେଳେ ସମସ୍ତେ ନିଜ ନିଜ ସ୍ୱାର୍ଥରେ ବ୍ୟସ୍ତ ଥାଇ ଏପରିକି ନିଜ ଆତ୍ମୀୟ ଲୋକଙ୍କୁ ମଧ୍ୟ ସାହାଯ୍ୟ କରିବାକୁ କୁଣ୍ଠାବୋଧ କରୁଛନ୍ତି, ସେହି ସମୟରେ ଜିଲ୍ଲା କିନ୍ନର ସଂଘ ବିଭିନ୍ନ ପୂଜା କମିଟିକୁ ଅନୁଦାନ ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

କିଛି ଦିନ ପୂର୍ବରୁ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ଅନୁଷ୍ଠିତ ହୋଇଥିବା ବେଳେ, ଜିଲ୍ଲା କିନ୍ନର ସଂଘର ସଦସ୍ୟମାନେ ବିଭିନ୍ନ ଦୁର୍ଗାପୂଜା ମଣ୍ଡପରେ ପହଞ୍ଚି ପୂଜା କମିଟିର କର୍ମକର୍ତ୍ତାମାନଙ୍କୁ ଆର୍ଥିକ ଅନୁଦାନ ପ୍ରଦାନ କରିଥିଲେ। ବର୍ତ୍ତମାନ ମଧ୍ୟ ଉମରକୋଟ ଅଞ୍ଚଳରେ ଚାଲିଥିବା ୟୁ.ଭି. ୫୨ ନମ୍ବରରେ ପୂଜା ପାଉଥିବା ୪୨ ଫୁଟ୍‌ର ମା’ କାଳୀଙ୍କ ପୂଜା ମଣ୍ଡପ ଏବଂ ଡିଏନକେର କାଳୀବାଡ଼ିରେ ଚାଲିଥିବା କାଳୀପୂଜାର ପୂଜା କମିଟିର କର୍ମକର୍ତ୍ତାମାନଙ୍କୁ ଭେଟି ଅନୁଦାନ ରାଶି ପ୍ରଦାନ କରିଛନ୍ତି।

ଏହି ଅବସରରେ କିନ୍ନର ସଂଘର ସଭାପତି କାଜଲ, ସମ୍ପାଦକ ଚୁମକି, ସହ-ସମ୍ପାଦକ ପ୍ରୀତି, ସୁର୍ତ୍ତି, ଅନିତା, ତନୁଜା, ବର୍ଷା, ରାଧା, ବଇଦୀ, ଶିବାନୀ, କବିତା, ତୁଳସୀ, ଇସ୍ପିତା ପ୍ରମୁଖ ଉପସ୍ଥିତ ଥିଲେ। କିନ୍ନରମାନଙ୍କ କହିବା ଅନୁଯାୟୀ, “ମା’ ଆମକୁ ଦେଉଛନ୍ତି, ଆମେ ମା’ଙ୍କୁ ଦେଲେ ସେଥିରେ କ୍ଷତି କଣ?”

କିନ୍ନର ସଂଘର ଏଭଳି ବଦାନ୍ୟତା ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି।

ad-week
Leave A Reply

Your email address will not be published.