
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଗ୍ରାମ ପଞ୍ଚାୟତ ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୁ ତାଙ୍କର ଶହେରୁ ଉର୍ଦ୍ଧ୍ବ ସମର୍ଥକ ଙ୍କ ସହିତ ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି ।ବିଜେପି ମଣ୍ଡଳ ସଭାପତି ମନୋଜ କୁମାର ସାହୁ, ଗୋଡ଼ିପଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ଲିଙ୍ଗରାଜ ପାତ୍ର, ଶରଣକୁଳ ର ପ୍ରମୋଦ ପ୍ରଧାନଙ୍କ ନେତୃତ୍ୱରେ ଶରଣକୁଳ ଡାକ ବଙ୍ଗଳାରେ ବିଜେପି ଦଳ ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।ଏହି ମିଶ୍ରଣ ପର୍ବରେ ସରପଞ୍ଚ ମିନାକ୍ଷୀ ପ୍ରସାଦ ଓ ତାଙ୍କର ସହଯୋଗୀ ୱାର୍ଡ ମେମ୍ବର, ସମର୍ଥକ ଏବଂ ହରିହର ପୁର ଓ ଆଙ୍ଗିସିଙ୍ଗି ପଞ୍ଚୟତ ସ୍ତରୀୟ ନେତୃବୃନ୍ଦ ମଧ୍ୟ ବିଜେପି ଦଳରେ ମିଶିଥିଲେ ।
ମିଶ୍ରଣ ପର୍ବର ଶେଷ ମୁହୂର୍ତ୍ତରେ ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭା ର ବାଚସ୍ପତି ସୁରମା ପାଢ଼ୀ ପହଞ୍ଚି ବିଜେପି ଦଳରେ ମିଶିଥିବା ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ ଏବଂ ମିଳିମିଶି କାମକରି ଶରଣକୁଳ ଅଞ୍ଚଳର ବିକାଶ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ ।ଗତ ନିର୍ବାଚନରେ ମିନାକ୍ଷୀ ପ୍ରସାଦ କୌଣସି ଦଳର ସହଯୋଗ ନେଇନଥିଲେ । ପଚାରିବାରୁ କହିଲେ, ମୋର ଘର ନଥିଲା । ମୁଁ ଘରଟିଏ ଖୋଜୁଥିଲି, ଏବେ ଘର ମିଳିଗଲା ତେଣୁ ପଶିଗଲି।