ଫାର୍ମାସିଷ୍ଟ ଭରସାରେ ଓଡ଼ଗାଁ ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ର ଦଲକ ଛକ ରେ ନାମକୁ ମାତ୍ର ଚାଲିଥିବା ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପ୍ରଚାର ପ୍ରସାର ଅଭାବରୁ ସହରବାସୀଙ୍କ ପାଇଁ ଏବେବି ଅଜଣା ହୋଇପଡିଛି ।ଦିନକୁ ଜଣେ କିମ୍ବା ଦୁଇଜଣ ରୋଗୀ ଆସିଲେ ଫାର୍ମାସିଷ୍ଟ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ଦେଇଥାନ୍ତି ।ଆବଶ୍ୟକ ପଡିଲେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜଣେ ଡାକ୍ତର ବେଳେ ବେଳେ ସେଠାକୁ ଯାଇ କାମ ତୁଲାଇଥାନ୍ତି ।ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରତିଦିନ ୨୦୦ ରୁ ଉର୍ଦ୍ଧ୍ବ ରୋଗୀ ଆସୁଥିବା ବେଳେ ଏଠାରେ ଥିବା ଡାକ୍ତରଙ୍କୁ ସେମାନଙ୍କର କାର୍ଯ୍ୟ ବଳେଇ ଯାଉଥିବାରୁ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର କୁ ଯିବା ସମ୍ଭବ ହୋଇପାରୁନାହିଁ।ତେଣୁ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ନିମନ୍ତେ ଜଣେ ସ୍ଥାୟୀ ଡାକ୍ତର ନିଯୁକ୍ତି ଏବଂ ଲ୍ୟାବର ଭିତ୍ତି ପ୍ରସ୍ତୁତ କରି ଜଣେ ଲ୍ୟାବ ଟେକନିଶିଆନ ସହିତ ଜଣେ ନର୍ସ ନିଯୁକ୍ତି କରାଯାଇ ଏହାକୁ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ କରିବାକୁ ସହରବାସୀ ଦାବି କରିଛନ୍ତି ।

ad-week
Leave A Reply

Your email address will not be published.