ନିଃସର୍ତ୍ତ ରେ ଖବର ପ୍ରକାଶ ପରେ ପରିଚାଳନା ବୈଠକ ରେ ୯୯ ବର୍ଷିଆ ଲିଜ ଆଲୋଚନା ସ୍ଥଗିତ ….!

youtube

ACMPCS ର ସମ୍ପତ୍ତି ବ୍ରହ୍ମପୁର ଗୁରୁକୁଲ ଶିକ୍ଷା ଅନୁଷ୍ଠାନ ନାମରେ ୯୯ ବର୍ଷିଆ ଲିଜ ନ ଦେବା ପାଇଁ ସମବାୟ ପ୍ରେମୀ ମାନଙ୍କ ପକ୍ଷରୁ ସରକାର ଙ୍କୁ ନିବେଦନ….!

ବ୍ରହ୍ମପୁର: ଏସିଆ ମହାଦେଶରେ ସମବାୟ ସୂତ୍ରରେ ପରିଚାଳିତ ହୋଇ ପ୍ରଥମ ସ୍ଥାନରେ ରହି ଆସିଛି ଆସିକା ବହୁ ମୁଖି ସମବାୟ ସମିତି (ଏ.ସି.ଏମ.ପି. ସି.ଏସ)। ଏହାର ଅଧୀନରେ ଥିବା ବିଭିନ୍ନ ସମ୍ପତ୍ତି ଉପରେ ଜମି ମାଫିଆ ମାନେ ହଡ଼ପ ପାଇଁ ପ୍ରୟାସ ଆରମ୍ଭ କରିଥିବା ନେଇ ଚର୍ଚ୍ଚା ହେଉଛି। ଭାତ ହାଣ୍ଡିରୁ ଗୋଟେ ଭାତ ଚିପୁଡ଼ିଲା ଭଳି ଆମେ ଏହାର ଏକ ନଗ୍ନ ନମୁନା ସମ୍ପର୍କ ରେ କହୁଛି। ବ୍ରହ୍ମପୁର ଗୁଡ଼ସ ସେଡ଼ ବା ଚାରି ନମ୍ବର ପ୍ଲାଟ ଫର୍ମ ନିକଟରେ ଥିବା ଏକ ଜମିକୁ ୩୦ ବର୍ଷୀୟା ପାଇଁ ଲିଜ ସୂତ୍ରରେ ଗୁରୁକୁଲ ଶିକ୍ଷା ଅନୁଷ୍ଠାନ ନାମରେ ନିଆଇଛି। କୁଆଡ଼େ ୨ ଏକର ୬୪୭ ଡିସି ମିଲି ଉକ୍ତ ଜମି ମାସିକ ମାତ୍ର ୨୫ ହଜାର ଟଙ୍କାରେ ଲିଜ ଦିଆଯାଇଛି। ଶିକ୍ଷା ଅନୁଷ୍ଠାନ ୨ଏକର ୬୪୭ ଜମି ଲିଜ ନେଇଥିଲେ ବି ସେଠାରେ ଥିବା ଅନ୍ୟ ଜମି ତଥା ଆଉ ଦୁଇ ଏକର ସର୍ବ ମୋଟ ଚାରି ଏକର ମଧ୍ୟ ବ୍ୟବହାର ବା କବ୍ଜା କରିଥିବା ନେଇ ଆଲୋଚନା ହେଉଛି। ଉକ୍ତ ଲିଜ ଜମିକୁ ଶିକ୍ଷା ଅନୁଷ୍ଠାନ ନାମରେ ନେଇ ସେଠାରେ ଦୋକାନ ଗୃହ ନିର୍ମାଣ କରି ମାସିକ ହଜାର ହଜାର ଟଙ୍କା ଆଦାୟ କରାଯାଉଥିବା ଚର୍ଚ୍ଚା ହେଉଛି। ଶିକ୍ଷା ଅନୁଷ୍ଠାନ ନାମରେ ନେଇ ବ୍ୟବସାୟୀ ମାନଙ୍କୁ ଭଡ଼ା ସୂତ୍ରରେ ଦେବା କେତେ ଦୂର ଯୁକ୍ତି ଯୁକ୍ତ ବୋଲି ଅଭିଯୋଗ ହେଉଛି। କୁଆଡ଼େ ଏହି ଜମି ପାଇଁ ଯେଉଁ ଚୁକ୍ତିନାମା ହୋଇଛି, ତାହାର ଖିଲାପ କରି ଚୁକ୍ତିନାମା ପ୍ରକାର ଟଙ୍କା ପୈଠ ହୋଇନଥିବା ନେଇ ଆଲୋଚନା ହେଉଛି। ଏଭଳି ପରସ୍ଥିରେ ଯେଉଁ ଜମି ୩୦ ବର୍ଷ ପାଇଁ ଲିଜରେ ନେଇ ବର୍ତ୍ତମାନ ସଵ ଲିଜରେ ଦୋକାନ ଗୃହକୁ ଭଡ଼ାରେ ଦିଆଯାଇଛି। ଆଉ ଚୁକ୍ତିନାମା ପ୍ରକାରେ ମଧ୍ୟ ପୂର୍ବ ବକେୟା ଥାଇ ପୁଣି ଯେଉଁ ଜମି କୁ ପୂର୍ବରୁ ୩୦ ବର୍ଷ ପାଇଁ ଲିଜ ରେ ନିଆଯାଇଛି। ସେ ଜମି ନିକଟରେ ବଳକା ଜମିକୁ ଖେଳ ପଡିଆ ପାଇଁ ଆବଶ୍ୟକତା ଅଛି ବୋଲି ଶାଗ ମାଛ ଦରରେ ବଳକା ଜମି ୯୯ ବର୍ଷୀୟା ନେବାକୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଆଲୋଚନା ହେଉଛି। ଶିକ୍ଷା ଅନୁଷ୍ଠାନ ନାଁ ରେ ଜମି ଲିଜରେ ଆଣି ପଞ୍ଜିକରଣ କରିବା ପରେ କେଉଁ ପରିସ୍ଥିତି ରେ ପୁଣି ଦୋକାନ ଗୃହ ନିର୍ମାଣ କରି ସଵ ଲିଜ ରେ ଦିଆଯାଇଛି। ଏହି ଜମିକୁ କୁ ୧୭, ମେ ମାସ ୨୦୧୭ ମସିହାରେ ଲିଜରେ ଦିଆଯାଇଥିବା ଓ ଏଗ୍ରିମେଣ୍ଟ ହେବାର ୧୫ ଦିନ ଭିତରେ ଦେଢ଼ କୋଟି ଟଙ୍କା ଜମା କରିବାକୁ ପଡ଼ିବ ନଚେତ ଉକ୍ତ ଏଗ୍ରିମେଣ୍ଟ ରଦ୍ଧ ହେବ ବୋଲି ଉକ୍ତ ଏଗ୍ରିମେଣ୍ଟ ଦସ୍ତାବିଜ ରେ ଉଲ୍ଲେଖ ଥିବା ନେଇ ଚର୍ଚ୍ଚା ହେଉଛି। ଦୀର୍ଘ ୮ ବର୍ଷ ହେଲା ଦେଢ଼ କୋଟି ଜମା ହୋଇନଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ପୁଣି ଅନୁଷ୍ଠାନ କୁ ୯୯ ବର୍ଷ ଲିଜ ଦେବା ପଛରେ କି ରହସ୍ୟ ରହିଛି। ଏସମ୍ପର୍କ ରେ ଗତ ୧୫ ତାରିଖ ଦିନ ନିସର୍ତ୍ତ ରେ ଖବର ପ୍ରକାଶ ପାଇଥିଲା।ଖବର ପ୍ରକାଶ ପରେ ଆସିକା ଠାରେ ପରିଚାଳନା ପରିଷଦ ର ବୈଠକ ଗତ ୨୪ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା। ବୈଠକ ରେ ୯୯ ବର୍ଷିଆ ଲିଜ ସମ୍ପର୍କ ରେ କୌଣସି ଆଲୋଚନା ହୋଇନଥିବା ଜଣାପଡିଛି।ବର୍ତ୍ତମାନ ଉକ୍ତ ଜମି ଲିଜ ରଦ୍ଧ କରିବାକୁ ସମବାୟ ପ୍ରେମୀ ମାନଙ୍କ ମହଲ ରୁ ସରକାର ଙ୍କୁ ଦାବୀ ହେଉଛି।

Leave A Reply

Your email address will not be published.