
ବାଲେଶ୍ୱର/ ଗଞ୍ଜାମ: ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଲୋକଙ୍କ ସୁରକ୍ଷା ଦିଗରେ ପ୍ରଶାସନ ଯତ୍ନବାନ ରହିଛନ୍ତି । ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ନଯିବା ପାଇଁ କୁହାଯାଇଛି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରାଯାଇ ଲାଇନ ଡିପାର୍ଟମେଣ୍ଟ ଗୁଡିକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ସମ୍ଭାବ୍ୟ ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ବାଲେଶ୍ୱର ଜିଲ୍ଲାପାଳ । ଏସଆରସି ବୋଟ ସହ ଡିଆରଏଫଟି ଟିମ୍ ସଜାଗ ଅଛନ୍ତି । ଲୋକଙ୍କୁ ମେଡିକାଲ ସୁବିଧା ମଧ୍ୟ ଯୋଗାଇଦେବା ପାଇଁ ପ୍ରସ୍ତୁତ ଅଛନ୍ତି ସରକାର ।