ଗଜପତିରେ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ଗଜପତି: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ରବିବାର ଗଭୀର ଅବପାତରେ ପରିଣତ ହୋଇଥିବାବେଳେ ସୋମବାର ଅର୍ଥାତ ୨୭ ତାରିଖ ସକାଳ ସୁଦ୍ଧା ବାତ୍ୟାର ରୂପ ନେବ, ଯାହାର ନାଁ ‘ମନ୍ଥା’। ସ୍ଥଳଭାଗକୁ ମନ୍ଥା ମାଡ଼ି ଆସୁଥିବାବେଳେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରେ ମାଡ଼ ହେବ। ଏହା ପ୍ରଭାବରେ ଓଡ଼ିଶାର ୯ରୁ ଅଧିକ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସମ୍ଭାବ୍ୟ ବାତ୍ୟା ‘ମନ୍ଥା’କୁ ଦୃଷ୍ଟିରେ ରଖି ଗଜପତି ଜିଲାରେ ସ୍କୁଲ ବନ୍ଦ ରଖାଯିବ। ଏ ନେଇ ଗଜପତି ଜିଲାପାଳ ରବିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ଏହି ସମୟ ମଧ୍ୟରେ ସମସ୍ତ ପର୍ଯ୍ୟଟନସ୍ଥଳୀ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି।

ad-week
Leave A Reply

Your email address will not be published.