ନୟାଗଡ଼ ଜିଲା କାରାଗାରରେ କଏଦୀଙ୍କ ମଧ୍ୟରେ ସଂଘର୍ଷ…

youtube

ନୟାଗଡ: ନୟାଗଡ ଜିଲ୍ଲା କାରାଗାରରେ ଦୁଇ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଜେଲ୍ ଅଧିକ୍ଷକଙ୍କ ସହ ଜେଲ୍‌ କର୍ମଚାରୀ ଓ କଏଦୀ ଆହତ ହୋଇଥିବା ସୂଚନା ମିଳିଛି। କଏଦୀଙ୍କ ମଧ୍ୟରେ ସଂଘର୍ଷ ଅଟକାଇବାକୁ ଚେଷ୍ଟା କରିଥିଲେ ଜେଲ୍‌ ଅଧିକ୍ଷକ ଓ କର୍ମଚାରୀ । ସଂଘର୍ଷ ଅଟକାଇବା ସମୟରେ ଜେଲ୍‌ ଅଧିକ୍ଷକଙ୍କ ସହ ୪ ଓ୍ବାଡର୍‌ ଆହତ ହୋଇଛନ୍ତି । ସଂଘର୍ଷରେ ୫ଜଣ କଏଦୀ ମଧ୍ୟ ଆହତ ହୋଇଛନ୍ତି । ଘଟଣାକୁ ନେଇ ସଦର ଥାନାରେ ୩୫ ଜଣ କଏଦୀଙ୍କ ନାଁରେ ଏତଲା ଦିଆଯାଇଛି । ସଦର ଥାନା ପୁଲିସ୍‌ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.