ବାତ୍ୟା ‘ମୋନ୍ଥା’ ପାଇଁ ୩୨ ଟ୍ରେନ୍ ବାତିଲ

youtube

ଭୁବନେଶ୍ଵର: ଧୀରେ ଧିରେ ଉପକୂଳ ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା ମନ୍ଥା। ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ୍ -କଳିଙ୍ଗପଟ୍ଟନମ୍ ମଧ୍ୟବର୍ତ୍ତୀ ଅଞ୍ଚଳ କାକିନାଡା ନିକଟରେ ଏହା ସ୍ଥଳଭାଗ ଛୁଇଁବ। ତେବେ ଓଡିଶାରେ ପହଞ୍ଚିବାବେଳକୁ ଦୁର୍ବଳ ହୋଇଯାଇଥିବ। ତେବେ ବାତ୍ୟା ମୋନ୍ଥା ପାଇଁ ୨୭ ଏବଂ ୨୮ ତାରିଖ ଦୁଇ ପାଇଁ ୩୨ଟି ଟ୍ରେନ୍ ବାତିଲ କରାଯାଇଛି। ଏ ନେଇ ଘୋଷଣା କରିଛି ପୂର୍ବତଟ ରେଲଓ୍ବେ।
ମନ୍ଥା ଭୀଷଣ ବାତ୍ୟା ରୂପରେ ଲ୍ୟାଣ୍ଡଫଲ କରିବ। କିନ୍ତୁ ଓଡିଶାରେ ପହଞ୍ଚିବା ସମୟରେ ଦୁର୍ବଳ ହୋଇଯିବ। ଓଡିଶାରେ ଦୁର୍ବଳ ହେଉଥିବାରୁ ଘଣ୍ଟାପ୍ରତି ପବନର ବେଗ ୬୦ରୁ ୭୦ କିଲୋମିଟର ମଧ୍ୟରେ ରହିବ। ମାଲକାନଗିରି, ଗଞ୍ଜାମ , ଗଜପତି, ରାୟଗଡା , କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ରହିବା ନେଇ ସୂଚନା ରହିଛି।

Leave A Reply

Your email address will not be published.