୪ ଲକ୍ଷ ଟଙ୍କା ସହ ବ୍ରାଉନ୍‌ ସୁଗାର ଜବତ, ୭ ଗିରଫ

add-all

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ବେଆଇନ୍ ବ୍ରାଉନସୁଗାର କାରବାର ବୃଦ୍ଧି ପାଇବାରେ ଲାଗିଛି। ସ୍ୱତନ୍ତ୍ର ପୁଲିସ ସ୍ୱାର୍ଡ ଓ ବୋଲଗଡ ଥାନା ପୁଲିସ ଚଢ଼ାଉ କରି ମାଣିକାଗୋଡା ଦଳେଇସାହିରୁ ୩୧୪.୯୭୦ ଗ୍ରାମ ବ୍ରାଉନ୍ ସୁଗାର, ନଗଦ ୪ ଲକ୍ଷ ଟଙ୍କା, ଦେଶୀ ବନ୍ଧୁକ, ୨ଟି କାର ଓ ୩ଟି ମୋଟରସାଇକେଲ ଜବତ କରିଛି। ଏହି ବ୍ରାଉନସୁଗାର କାରବାର ଅଭିଯୋଗ ରେ ୭ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲା ବଡ଼ବଜାର ଥାନା ଅଞ୍ଚଳର ପ୍ରାଣାୟା ରାଧା, ସତ୍ୟଲୋଚାନ୍ ସାହୁ, ଖୋର୍ଦ୍ଧା ଆଦର୍ଶ ଥାନା ଅଞ୍ଚଳର ମହେଶ୍ୱର ସ୍ୱାଇଁ,ବୋଲଗଡ ଥାନା ଅଞ୍ଚଳର ମିର ଅତୁଲା (୨୬), ମିର ଅବଦୁଲ୍ଲା, ମୀର ମୁସ୍ତାଫ୍ ଅଲି (୨୬) ଏବଂ ମଇନା ବେଗମ୍ (୨୭) ବୋଲି ଜଣାପଡିଛି।

ad-week
Leave A Reply

Your email address will not be published.