ରାଜଭବନ ସଚିବାଳୟ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟପାଳ

add-all

ଭୁବନେଶ୍ବର: ରାଜଭବନ ସଚିବାଳୟ କାର୍ଯ୍ୟର ସମୀକ୍ଷା କରିଛନ୍ତି ରାଜ୍ୟପାଳ ଡ. ହରିବାବୁ କମ୍ଭମପଟି। ଏ ନେଇ ରାଜଭବନ ମିନି କନଫରେନ୍ସ ହଲ​‌ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟପାଳ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସହିତ ବିଭିନ୍ନ ସେକ୍ସନର ପ୍ରଦର୍ଶନର ମୂଲ୍ୟାଙ୍କନ କରିଥିଲେ। ବିଶେଷ କରି ଉଚ୍ଚଶିକ୍ଷା, ଜନଜାତି ମଙ୍ଗଳ ଏବଂ ସାଧାରଣ ସେବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ।

ଦଳଗତ କାର୍ଯ୍ୟ, ସମନ୍ବୟ ଏବଂ ଅଧିକାରୀମାନଙ୍କ ମଧ୍ୟରେ ପ୍ରଭାବଶାଳୀ ଯୋଗାଯୋଗ ରହିଲେ ଅନୁଷ୍ଠାନ ଓ ଜନସେବା କାର୍ଯ୍ୟଗୁଡ଼ିକ ସୂଚାରୁରୂପେ ହୋଇପାରିବ ବୋଲି ବୈଠକରେ ରାଜ୍ୟପାଳ ଗୁରୁତ୍ଵାରୋପ କରିଥିଲେ। ସମସ୍ତ ବିଭାଗ ନିଜର କାର୍ଯ୍ୟଦକ୍ଷତା ବଜାୟ ରଖିବା ସହ ସଚିବାଳୟର ଦୈନନ୍ଦିନ ଦାୟିତ୍ଵଗୁଡ଼ିକର ଠିକ୍‌ ରୂପାୟନ ଉପରେ ଗୁରୁତ୍ଵ ଦେଇଥିଲେ। ରାଜ୍ୟପାଳଙ୍କ ସଚିବ ରୂପା ରୋଶନ ସାହୁ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.