ଗଞ୍ଜାମ ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟ ବେ ଲଗାମ୍ ଭାବେ ଲୁଟ ଚାଲିଛି …..!

ଚେଇଁ ସୋଇଛି ପ୍ରଶାସନ…!

youtube

ମନ୍ତ୍ରୀଙ୍କ ଏଜେଣ୍ଟ ସାଜିଛି ଖଣି ବିଭାଗ ଏମାନଙ୍କ କଥା ପ୍ରବଳ କାମ ଦୁର୍ବଳ ….!

ବାଲି ମାଫିଆ ମାନେ ବ୍ରହ୍ମପୁର ଓ ଭଞ୍ଜନଗର ଖଣି ବାବୁ ମାନଙ୍କ ଗେଲ୍ହା ପୁଅ …..!
ବ୍ରହ୍ମପୁର: ସରକାର ଓ ନ୍ୟାୟାଳୟ ର ନିର୍ଦ୍ଧେଶ ନାମାକୁ ବାଲି ମାଫିଆ ଓ ବାବୁ ମାନେ ଫୁ…। ଜେସିବି ଦ୍ୱାରା ବାଲି ଉତ୍ତୋଳନ କେବଳ କାଗଜ କଲମ ରେ ସୀମିତ ରହିଛି। ଖୁଲାମ ଖୁଲା ନଦୀ ଗର୍ଭରେ ଜେସିବି ଦ୍ୱାରା ହାଇୱା ରେ ବାଲି ଖନନ କରାଯାଉଛି। ବ୍ରହ୍ମପୁର ଓ ଭଞ୍ଜନଗର ଠାରେ ହାତ ଗଣତି କିଛି ଖଣି ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ବାବୁ ମାନେ କେବଳ ବାଲି ମାଫିଆ ମାନଙ୍କ ବୋଲ ମାନୁଥିବା ଯୋଗୁଁ ସାଧାରଣ ଲୋକେ ଓ ଗଣମାଧ୍ୟମ ପ୍ରତିନିଧି ମାନେ ମୋବାଇଲ ଦ୍ଵାରା କଲ କଲେ ବାବୁ ମାନେ ରିସିଭ କରୁନଥିବା ଅଭିଯୋଗ ହେଉଛି। ମନ୍ତ୍ରୀଙ୍କ ଇସାରାରେ ରେ ଖଣି ଲୁଟ ହେଉଥିବା ବିରୋଧୀ ଦଳ ଏବଂ ସାଧାରଣ ରେ ରୀତିମତ ଅଭିଯୋଗ ହୋଇ ଆସୁଛି। ଆଗାମୀ ଦିନରେ ମୁଣ୍ଡ ଗଡ଼ିବା ସମ୍ଭାବନା କୁ ଏଡେଇ ଦେଇ ହେବନି ବୋଲି ଚର୍ଚ୍ଚା ହେଉଛି l ନଦୀ ଗର୍ଭରୁ ବାଲି ଯେଉଁ ଭଳି ଉତ୍ତୋଳନ ହେଉଛି। କଥାରେ ଥିବା ବସି ଖାଇଲେ ନଦୀ ବାଲି ସରିଯିବ କଥା ବର୍ତ୍ତମାନ ପରିସ୍ଥିତି ରେ ସତ ହେବାକୁ ବେଶୀ ଦିନ ଲାଗିବ ନାହିଁ ବୋଲି ପରିବେଶବିତ୍ତ ମାନେ ମତ ପ୍ରକାଶ କରିଛନ୍ତି। ବାତ୍ୟା ମୋନ୍ଥାରେ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବାଲି ମାଫିଆ ମାନଙ୍କ ଏହା ବଲ୍ଲେ ବଲ୍ଲେ ହୋଇଛି। ନଦୀ ବନ୍ଧକୁ ବାଲି ନେବା ପାଇଁ କାଟି ଦେବା ଫଳରେ ଗଞ୍ଜାମ ଜିଲ୍ଲାର ଅଧିକାଂଶ ନଦୀ ବନ୍ଧ ଦୁର୍ବଳ ହୋଇ ପଡିଛି। ବାଲି ମାଫିଆ ମାନେ ଯେଉଁ ଭଳି ନଦୀ ବନ୍ଧ କୁ କାଟି ବାଲି ନେଉଥିଲେ ବି ଜଳ ସମ୍ପଦ ବିଭାଗ ଜଳକା ଭଳି ଦେଖୁଥିବା ଲକ୍ଷ କରାଯଇଛି। ସୂଚନା ଥାଉକି ପୁରୁଷୋତ୍ତମପୁର ଋଷିକଲ୍ୟା ନଦୀ ରେ ହୋଇଥିବା ସେତୁ ଆଜି ଜରାଜୀର୍ଣ ଅବସ୍ଥାରେ କେତେବେଳେ କେଉଁ ପରିସ୍ଥିତି ରେ ଭୁସୁଳି ପଡିବ ତାହା ସମୟ ଅପେକ୍ଷା ରେ ନଦୀ ରୁ ବାଲି ଉଠାଇବା ପାଇଁ ସରକାରଙ୍କ ଅନେକ କଡା ନିୟମ ରହିଛି କିନ୍ତୁ ପ୍ରଶାସନ ମାଫିଆ ମାନଙ୍କ ଠାରୁ ଉଚ୍ଚ କୋଟିର ବଟି ନେଇ ଚୁପ ବସିଛନ୍ତି, ପୋଲୋ ର ଅତି ନିକଟରୁ ବାଲି ଖନନ କରିବାରୁ ପୋଲୋ ଭୁସିଡିବା ପ୍ରାୟ ନିଶ୍ଚିତ l ପ୍ରଶାସନ ସବୁ ଜାଣି ନୀରବ କେବଳ ଅପେକ୍ଷା କରିଛି ପୋଲୋ କେବେ ଭୁସିଡ଼ିବ l ସରକାର ଚୋରା ବାଲି ଚାଲାଣ କୁ ରୋକିବା ପାଇଁ ଗୋଟିଏ କମିଟି ଗଠନ କଲେ ଯାହାକି ଏହି କମିଟି ରେ ପୋଲିସ, ତହସିଲ, ବନ ବିଭାଗ ଏବଂ ଖଣି ବିଭାଗ କୁ ସାମିଲ କରା ଗଲା କିନ୍ତୁ ଏହି କମିଟି ଧର୍ମକୁ ଆଖିଠାର ସଦୃଶ୍ୟ l ଏଥିରେ ଖଣି ବିଭାଗ ର ପଲ୍ଲାଭାରି କହିଲେ କିଛିବି ଭୁଲ ହେବ ନାହିଁ କାରଣ ଖଣି ବିଭାଗ କର୍ମଚାରୀ ମାନେ ମନ୍ତ୍ରୀଙ୍କ ଏଜେଣ୍ଟ ସାଜିଛନ୍ତି କହିଲେ କିଛିବି ଭୁଲ ହେବ ନାହିଁ l ବାବୁ ମାନେ ଜଣେ ଜଣେ କୁବେର ପାଲଟି ଗଲେଣି ମାଫିଆ ମାନେ ଏମାନଙ୍କ ଗେଲ୍ହା ପୁଅ ବୋଲି ସାଧାରଣ ରେ ଚର୍ଚ୍ଚା ହେଲାଣି l ଆସିକା, ପୁରୁଷୋତ୍ତମପୁର ଏବଂ ଭଞ୍ଜନଗର ଖଣି ବିଭାଗ କର୍ମଚାରୀ କଥା ଟିକିଏ ନିଆରା ଓ ଅଲଗା ଏମାନେ କଥା ପ୍ରବଳ କାମ ପୁରା ଦୁର୍ବଳ ଏମାନେ ମାଫିଆ ଙ୍କ ବୋଲ କରା l ସରକାରୀ ନିୟମ କୁ ଖିଲାପ କରିବାରେ ଖଣି ବିଭାଗ କର୍ମଚାରୀ ମାନଙ୍କ ସ୍ୱତନ୍ତ୍ର ହାତ ରହିଛି ବୋଲି ଖଟିରେ ଚର୍ଚ୍ଚା ହେଉଛି, ଭିଜିଲାନ୍ସ, ଇଡି, ଜି ଏସ ଟି ଅଧିକାରୀ ମାନଙ୍କ ଛାଇ ଗଞ୍ଜାମ ଜିଲ୍ଲାରେ ପଡୁନାହିଁ ବୋଧେ ଏମାନେ ସବୁ କୋମାରେ l ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l

Leave A Reply

Your email address will not be published.