ସୁନା ବ୍ୟବସାୟୀଙ୍କ ଠାରୁ ସୁନା ଚୋରୀ ଘଟଣା, ୩ ଗିରଫ ଓ ବିପୁଳ ସୁନା ଜବତ

add-all

ମାଲକାନଗିରି, ୨୯।୧୦ ମାଲକାନଗିରି ଜିଲ୍ଲାରେ ସୁନା ବ୍ୟବସାୟୀଙ୍କ ଠାରୁ ସୁନା ବ୍ୟାଗ ଛଡାଇ ଚୋରୀ ଘଟଣାରେ ମାଲକାନଗିରି ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ନିକଟରୁ ୧୨୦ ଗ୍ରାମ ସୁନା ଟଙ୍କା ଜବତ କରିଛି। ସୂଚନା ଅନୁଯାୟୀ ଗତ ୦୩.୦୬.୨୦୨୫ ଦିନ ରାତି ପ୍ରାୟ ୧୧:୫୫ ସମୟରେ ମାଲକାନଗିରି ଜିଲ୍ଲା ସଦର ବଣ୍ଡାବାକୁଲି ଗୁଡାର ସୁନା ବ୍ୟବସାୟୀ ସୁବାସ ରାଜାରାମ ପାଟିଲ (୪୫) ମାଲକାନଗିରିର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ସେ ଦୋକାନ ବନ୍ଦ କରି ଘରକୁ ଫେରିବା ବେଳେ ତାଙ୍କ ନିକଟରେ ଥିବା ସୁନା ବ୍ୟାଗ କୁ କିଛି ଦୁର୍ବୁତ୍ତ ଚୋରି କରି ନେଇଥିଲେ। ଯେଉଁଥିରେ ଏକ କେଜିରୁ ଉର୍ଦ୍ଧ୍ବ ସୁନା ଓ ଟଙ୍କା ଥିବା ବେଳେ ଏହି ଘଟଣା କୁ ନେଇ ମାଲକାନଗିରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଯେଉଁ ଘଟଣା ରେ ସମ୍ପୃକ୍ତ ଥିବା ୩ ଅଭିଯୁକ୍ତ କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୧୨୦ ଗ୍ରାମ ସୁନା ଓ ସାଢ଼େ ଚାରି ଲକ୍ଷ ଟଙ୍କା ଜବତ କରିବାସହ ଗୋଟିଏ ମୋଟର ସାଇକେଲ ଓ ଗୋଟିଏ କାର ଜବତ କରିଛି ପୋଲିସ। ଏନେଇ ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି।

ad-week
Leave A Reply

Your email address will not be published.