ସ୍କୋଏ ମାର୍ଶଲାର୍ଟ ଚମ୍ପିୟାନସିପ : ବର୍ଷା – ମିନତୀଙ୍କୁ ସ୍ଵର୍ଣ୍ଣ ପଦକ…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁର ବର୍ଷା ଓ ନନ୍ଦିଘୋରର ମିନତୀ ଝାରସୁଗୁଡ଼ା ଠାରେ ଆୟୋଜିତ ସ୍କୋଏ ମାର୍ଶଲାର୍ଟ ଚମ୍ପିୟାନସିପ( ଯୁଦ୍ଧ କଳା) ଚମ୍ପିୟାନସିପ- ୨୦୨୫ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସ୍ଵର୍ଣ୍ଣ ପଦକ ଜିତିବା ସହିତ ଉଭୟ ଜାତୀୟସ୍ତରୀୟ ପ୍ରତିଯୋଗିତାକୁ ଉନ୍ନୀତ ହୋଇ ଓଡ଼ଗାଁ ତଥା ସମଗ୍ର ନୟାଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।ଓଡ଼ଗାଁ ଏନଏସି ଗୁପ୍ତମଠ ସାହିର ବର୍ଷା କାଟା କେ ଫୋର ଅଂଶଗ୍ରହଣକାରୀ ପ୍ରତିଯୋଗୀ ମାନଙ୍କୁ ହରାଇ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବେଳେ ନନ୍ଦିଘୋରର ମିନତୀ ଲୋବାଫାଇଟ ରେ ଅନ୍ୟ ପ୍ରତିଯୋଗୀ ମାନଙ୍କୁ ହରାଇ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।ସୂଚନା ଅନୁଯାୟୀ ବେଦାନ୍ତ ଦ୍ଵାରା ପ୍ରାୟୋଜିତ ଉକ୍ତ ପ୍ରତଯୋଗିତାରେ ଝାରସୁଗୁଡ଼ା ଜିଲ୍ଲା ସମ୍ପାଦକ ସୁଶାନ୍ତ ଗୁପ୍ତା ଏହାକୁ ପରିଚାଳନା କରିଥିଲେ?

ad-week
Leave A Reply

Your email address will not be published.