ଗେରୁଆ ନଦୀରେ ବୁଡ଼ିଲା ଡଙ୍ଗା, ୮ ନିଖୋଜ

youtube

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ବହରାଇଚ ବଡ଼ ଅଘଟଣ । ଗେରୁଆ ନଦୀରେ ଡଙ୍ଗା ଓଲଟିବା ଯୋଗୁଁ ୨୨ ଜଣ ବୁଡ଼ିଯାଇଛନ୍ତି । ଏହି ଘଟଣାରୁ ୧୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୮ ଜଣ ନିଖୋଜ ରହିଛନ୍ତି । ଏସଡିଆରଏଫ ଏବଂ ଏନଡିଆରଏଫ ଟିମ୍ ରେସକ୍ୟୁ ଅପରେସନରେ ଲାଗିପଡିଛି । ମୁଖ୍ୟମନ୍ତ୍ରୀ ଏହି ଘଟଣା ଉପରେ ନଜର ରଖିଛନ୍ତି ।

ଏହି ଘଟଣା ବହରାଇଚର ସୁଜୌଲୀ ଥାନା ଅଞ୍ଚଳରେ ଗେରୁଆ ନଦୀରେ ଘଟିଛି । ଲକ୍ଷ୍ମୀପୁର ଖେରିରେ ଖେରାଟିଆ ବଜାରରୁ ଲୋକେ ନିଜ ଘର ଭରଥାପୁରରୁ ଯାଉଥିଲେ । ଡଙ୍ଗାରେ ଲୋକ ବସିଥିବା ବେଳେ ହଠାତ୍ ଡଙ୍ଗା ଗଛରେ ଧକ୍କା ହୋଇ ଓଲଟିପଡିଥିଲା । ଫଳରେ ୨୨ ଜଣ ବୁଡ଼ିଯାଇଥିଲେ । ସ୍ଥାନୀୟ ଲୋକ ୧୩ ଜଣଙ୍କୁ ଉଦ୍ଧାର କରି ସୁରକ୍ଷିତ ବାହାର କରିଛନ୍ତି । ୮ ଜଣଙ୍କ ଖୋଜା ଚାଲିଛି । ଏସଡିଆରଏଫ ଏବଂ ଏନଡିଆରଏଫ ଟିମ୍ ମିଳିତ ଭାବେ ନଦୀରେ ନିଖୋଜଙ୍କୁ ଖୋଜୁଛି ।

Leave A Reply

Your email address will not be published.