ସଂକୀର୍ତ୍ତନ କଳାକାରମାନେ ସମାଜର ମୋକ୍ଷକାମୀ : ସୁରେନ୍ଦ୍ର ଜେନା

add-all

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ପକ୍ଷରୁ ଏକ ବନ୍ଧୁ ମିଳନ ଉତ୍ସବ ଭଞ୍ଜନଗର ଉପକଣ୍ଠ ଜିଲୁଣ୍ଡି ଗ୍ରାମସ୍ଥ କୋଠ ଘର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମହାସଂଘ ଉପଦେଷ୍ଟା ନାଟ୍ୟକାର ସୁରେନ୍ଦ୍ର କୁମାର ଜେନାଙ୍କୁ ମହାବୀର ନଦିୟା ସଂଘ ସଦସ୍ୟମାନେ ସଂକୀର୍ତ୍ତନ ମାଧ୍ୟମରେ ସଭାସ୍ଥଳକୁ ପାଛୋଟି ଆଣିଥିଲେ। ବରିଷ୍ଠ କଳାକାର ପତିତପାବନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ସମ୍ବୋଧନ କରି ନାଟ୍ୟକାର ଜେନା ସମାଜକୁ ମୋକ୍ଷକାମୀ ନିମନ୍ତେ ସଂକୀର୍ତ୍ତନ କଳାକାରମାନେ ପ୍ରୟାସ କରିଥାନ୍ତି ବୋଲି ନିଜସ୍ୱ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଏବଂ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଭିଡିଓ କନ୍ଫରେନ୍ସ ଯୋଗେ ସମାଜରେ କଳାକାରମାନଙ୍କ ସ୍ଥାନ ଅତୀବ ମହାର୍ହ ଏବଂ ସଭିଏଁ ସଂଘମନସ୍କ ହେବା ଉଚିତ ବୋଲି ଉପସ୍ଥିତ କଳାକାରମାନଙ୍କୁ ଉଦବୋଧନ ଦେଇଥିଲେ। ମହାସଂଘ ପକ୍ଷରୁ ସର୍ବଶ୍ରୀ ପାଣୁ ପ୍ରଧାନ, ପ୍ରସନ୍ନ କୁମାର ପଟ୍ଟନାୟକ, ଜଗବନ୍ଧୁ ବାରିକ, ଜଗନ୍ନାଥ ଗୌଡ଼, କୃଷ୍ଣ ଚନ୍ଦ୍ର ଗୌଡ଼, ରମେଶ ବେହେରା, ସୂର୍ଯ୍ୟ ପ୍ରଧାନ ସିଂ, ସୁନୀଲ ପଲେଇ ପ୍ରମୁଖ ସଂକୀର୍ତ୍ତନ କଳାକାରମାନଙ୍କୁ ନାଟ୍ୟକାର ଜେନା ମାନପତ୍ର ଓ ପରିଚୟ କାର୍ଡ ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ। ରମେଶ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ପରିଶେଷରେ ରାଜେନ୍ଦ୍ର କୁମାର ପ୍ରଧାନ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.