ପିତଳ ସରପଞ୍ଚ ନାଁ ରେ ଆସିଥିବା ଅନାସ୍ଥା :କୋରମ ଅଭାବରୁ ରଦ୍ଦ

add-all

ହିଞ୍ଜିଳିକାଟୁ : ଶେରଗଡ ବ୍ଲକ ଅନ୍ତର୍ଗତ ପିତଳ ସରପଞ୍ଚ ଙ୍କ ନାମରେ ଆସିଥିବା ଅନାସ୍ଥା ଶନିବାର କୋରମ ଅଭାବରୁ ରଦ୍ଦ ହୋଇଛି । ପଦ ବଜାୟ ରଖିଲେ ପିତଳ ସରପଞ୍ଚ ରାମରାଘବ ପାତ୍ର। ।ଗତ କିଛିମାସ ତଳେ ପିତଳ ସରପଞ୍ଚ ରାମ ରାଘବ ପାତ୍ର ଙ୍କ ନାମ ରେ ପଞ୍ଚାୟତର ପୂର୍ବରୁ ପଞ୍ଚାୟତର ୧୭ ଜଣ ୱାର୍ଡ ମେମ୍ବର ମଧ୍ୟରୁ ନାୟବ ସରପଞ୍ଚ ସମେତ ୧୨ ଜଣ ୱାର୍ଡ ମେମ୍ବର ମିଶି ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ଓ ଦୁର୍ନୀତି କୁ ବିରୋଧ କରି ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ମିଶି ସରପଞ୍ଚ ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ l ଯାହାକୁ ନେଇ ଶନିବାର ଉପଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତଳ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଅନାସ୍ଥା ସମ୍ପର୍କିତ ଭୋଟ ଆଗତ ପାଇଁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଶନିବାର ଅନାସ୍ଥା ବେଳେ ମାତ୍ର ଆଠ ଜଣ ଙ୍କୁ ଛାଡି ଆଉ କୌଣସି ୱାର୍ଡ ମେମ୍ବର କାର୍ଯ୍ୟାଳୟ ରେ ପହଞ୍ଚି ନଥିଲେ l ଓଡ଼ିଶା ଗ୍ରାମପଞ୍ଚାୟତ ଅଧିନିୟମ ୧୯୬୪ ସେକ୍ସନ ୨୪ ଅନୁସାରେ ଅନାସ୍ଥା ଭୋଟ ପାଇଁ ଦୁଇ ତୃୀୟାଂଶ ମେମ୍ବର ଉପସ୍ଥିତି ଜରୁରୀ ଥିବା ବେଳ ଆଜି କୋରମ୍ ଅଭାବ ରୁ ଅନାସ୍ଥା ପ୍ରସ୍ତାବ ରଦ ହୋଇଛି । ତେବେ ଅନାସ୍ଥା ରଦ୍ଦ ହେବା ପରେ ପିତଳ ସରପଞ୍ଚ ରାମ ରାଘବ ପାତ୍ର ୱାର୍ଡସଭ୍ୟ ଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ପିତଳ ଗ୍ରାମ ପଞ୍ଚାୟତ ର ଉନ୍ନତି ପାଇଁ ସମସ୍ତେ ଏକ ହୋଇ କାମ କରିବାକୁ କହିଛନ୍ତି

ad-week
Leave A Reply

Your email address will not be published.