ସଚେତନତା ସତ୍ତ୍ୱେ ବଢ଼ୁନି କନ୍ୟା ହାର

youtube

ନୟାଗଡ଼: ନୟାଗଡ଼ ଜିଲ୍ଲା ସମ୍ପର୍କରେ ଆଲୋଚନା କରିବା ମାତ୍ରେ ହିଁ କନ୍ୟାଭ୍ରୁଣ ହତ୍ୟା କଥା ସମସ୍ତଙ୍କ ମନକୁ ଆସିଥାଏ ।ସମଗ୍ର ଓଡ଼ିଶାରେ ହାତ ଗଣତି କେତୋଟି ଜିଲ୍ଲାକୁ ଛାଡ଼ିଦେଲେ ସେଠାରେ ମଧ୍ୟ ପୁଅଙ୍କ ତୁଳନାରେ ଝିଅମାନଙ୍କ ସଂଖ୍ୟା ବହୁତ କମ୍ ଦେଖିବାକୁ ମିଳୁଛି।ଗତ ବର୍ଷ ଏହି ସଂଖ୍ୟାରେ ସାମାନ୍ୟ ସୁଧାର ଆସିଥିବା ବେଳେ ଚଳିତ ବର୍ଷ(ବର୍ତ୍ତମାନର ୯ ମାସ )ରେ ଜନ୍ମ ନେଇଥିବା ପୁଅ ତୁଳନାରେ ଝିଅ ସଂଖ୍ୟା ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି ।ଚଳିତ ବର୍ଷ ଜାନୁଆରୀ ରୁ ସେପ୍ଟେମ୍ବର ମାସ ମଧ୍ୟରେ ନୟାଗଡ଼ ଜିଲ୍ଲାରେ ୩୭୨୨ ପୁଅ ଏବଂ ୩୦୪୦ ଜଣ ଝିଅ ଜନ୍ମ ନେଇଛନ୍ତି। ଯାହାକି ଲିଙ୍ଗ ଅନୁପାତରେ ୧୦୦୦ ପୁଅରେ ୮୧୭ ଜଣ ଝିଅ ରହିଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି। ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକରେ ସବୁଠାରୁ ଅଧିକ ଓ ଗଣିଆ ବ୍ଲକରେ ସବୁଠାରୁ କମ୍ ଝିଅ ଜନ୍ମ ହୋଇଛନ୍ତି ।
ସୂଚନା ଅନୁଯାୟୀ ଏହି ୯ମାସ ମଧ୍ୟରେ ଭାପୁର ବ୍ଲକରେ ୧୭୪ ଜଣ ପୁଅ, ୧୩୮ଜଣ ଝିଅ, ଦଶପଲ୍ଲା ବ୍ଲକରେ ୨୨୩ ଜଣ ପୁଅ, ୨୨୫ଜଣ ଝିଅ , ଗଣିଆ ବ୍ଲକରେ ୬୯ ଜଣ ପୁଅ, ୪୮ ଜଣ ଝିଅ, ଖଣ୍ଡପଡ଼ା ବ୍ଲକରେ ୨୯୨ ଜଣ ପୁଅ, ୨୩୬ ଜଣ ଝିଅ, ନୟାଗଡ଼ ବ୍ଲକରେ ୨୧୮୦ ଜଣ ପୁଅ, ୧୭୬୪ ଜଣ ଝିଅ, ନୂଆଗାଁରେ ୧୧୬ ଜଣ ପୁଅ, ୯୪ ଜଣ ଝିଅ, ଓଡ଼ଗାଁ ବ୍ଲକରେ ୧୯୬ ଜଣ ପୁଅ, ୧୪୫ ଜଣ ଝିଅ ରହିଥିବା ବେଳେ ରଣପୁର ରେ ୪୭୨ ଜଣ ପୁଅ, ୩୯୦ ଜଣ ଝିଅ ଜନ୍ମ ଗ୍ରହଣ କରିଛନ୍ତି । ଜିଲ୍ଲାରେ ୨୦୨୩-୨୪ ବର୍ଷରେ ଲିଙ୍ଗ ଅନୁପାତରେ ୧୦୦୦ ପୁଅରେ ୮୬୮ ଝିଅ। ୨୦୨୪-୨୫ ରେ ଏହି ସଂଖ୍ୟା ହ୍ରାସ ପାଇ ୮୩୮ ରେ ପହଞ୍ଚିଲା, ଏବଂ ଚଳିତ ବର୍ଷରେ ଏହି ୯ ମାସରେ ଆହୁରି ହ୍ରାସ ପାଇଥିବା ଦେଖିବାକୁ ମିଳିଛି।
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା.ସୁଶାନ୍ତ ଦାସ ଦେଇଥିବା ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଆହୁରି ଅନେକ ସମୟ ବାକି ରହିଛି ।ବର୍ତ୍ତମାନ ଯେଉଁ ଲିଙ୍ଗଗତ ପାର୍ଥକ୍ୟ ରହିଛି ତାହା ବଜାୟ ରହିବାର ସମ୍ଭାବନା ନାହିଁ । ଅନେକ ସଚେତନତା କରାଯାଉଥିଲେ ମଧ୍ୟ ଝିଅ ସଂଖ୍ୟା ହ୍ରାସ ପାଉଥିବାର ଦେଖାଯାଉଛି ।

Leave A Reply

Your email address will not be published.